Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pabitra Sahu

Classics Fantasy Inspirational

4.5  

Pabitra Sahu

Classics Fantasy Inspirational

ସ୍ୱଦେଶୀ ବାବୁ

ସ୍ୱଦେଶୀ ବାବୁ

1 min
410



ବିଦେଶରେ ରହି ଆମ ଗାଁ ମାଟିକୁ

ପାସୋରି ଦେଲ ନା ମନେ ଅଛି ସବୁ ?

ତାହାରି କୋଳରେ ଜନମ ନେଲୁ

ତା' ପାଣି ପବନେ ବଡ଼ ହୋଇଲୁ। 

ଋଣ ପରିଶୋଧ କରିବା ପାଇଁ କି

ସେବା କରିବାକୁ ଭୁଲି ନ ଯିବୁ ! 

ମନେପକା ସେଇ ପୁରୁଣା ସ୍ମୃତି

ଆମ୍ୱ ତୋଟା, ନଈ କୂଳ, ଖେଳର ସାଥୀ। 

ବରଷାରେ ଭିଜା କାଦୁଅ ଖେଳ କୁ

ବର ଓହଳ ଦୋଳି କାହୁଁ ପାଇବୁ ! 

ମାଆ ହାତ ରନ୍ଧା ଶାଗ ପଖାଳ

ଭୋକ ବଢ଼ିଯାଏ ହୋଇଲେ ବେଳ। 

ପେଟ ପୁରିଯିବ ମନ ନ ଭରିବ

ଫାଷ୍ଟ ଫୁଡ୍ ସେଠି ଯେତେ ଖାଇବୁ ! 

ପୁନେଇଁ ପରବ ଯାତରା ଯେତେ

ହର୍ଷ ଉଲ୍ଲାସରେ ପାଳନ୍ତି କେତେ। 

ଗାଁର ମହକ, ମଧୁର ସଂସ୍କୃତି

ନ ମିଳେ କେଉଁଠି ଯେତେ ଖୋଜିବୁ !

ଏଠି ସେଠି ଜାଣେ ଅନେକ ଭେଦ

ଆମ ତମ କହି ନ କର କ୍ଷୁବ୍ଧ। 

ଆମ ସଂସ୍କୃତିକୁ ସମ୍ମାନ ଜଣାଇ

ଜଗତରେ ତୁହି ଶ୍ରେଷ୍ଠ କରିବୁ !


Rate this content
Log in

Similar oriya poem from Classics