STORYMIRROR

Pabitra Sahu

Tragedy Classics Inspirational

3  

Pabitra Sahu

Tragedy Classics Inspirational

ମମତା ଭରା ତା' କୋଳ

ମମତା ଭରା ତା' କୋଳ

1 min
210


ଭୁଲି ଯିବି ଯେତେ ଚିନ୍ତା ଚେତନା

ଭୁଲିଯିବି ସବୁ ଦୁଃଖ, 

ଯେତେ ବେଳ ଯାଏ ମୋ ପାଖେ ଥିବ

ମାଆ କୋଳର ସେ ସୁଖ। 


ଯେତେ କୋଠା ଛାଇ ତା ସରି ନୋହିବ

ରହିବ ମନେ ପିପାସା, 

ଖରା, ବର୍ଷା, ଶୀତ ପଣତେ ନ ବାଜେ

ଶୀତଳ ମମତା ବସା। 


ଜଗତରେ ସିଏ ମମତା ବିତରେ

ନ ମାଗେ କେବେ ତା ମୂଲ, 

ସ୍ବାର୍ଥ ହୀନ ହୋଇ କର୍ମ କରିଥାଏ

କିଏ ହେବ ସମତୁଲ। 


ଯେତେଦିନ ଯାଏ ମାଆ ପାଖେ ଅଛି

ଡର ଭୟ କିଛି ନାହିଁ, 

ତାହାର ପରଶ ଶିରରେ ବାଜିଲେ

ଶରୀର ଶକ୍ତି ସଂଚୟୀ। 


ହାଟ ବଜାରରୁ ସବୁ କିଣି ହେବ

କିଣି ହେବ ଘୋଡ଼ା ହାତୀ, 

ମାଆ ର ସ୍ନେହ ମମତା ନମିଳେ

ଯେତେ ଥାଉ ହୀରା ମୋତି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy