STORYMIRROR

Pabitra Sahu

Classics Inspirational

4  

Pabitra Sahu

Classics Inspirational

ଗାଁ ଯାତ୍ରା

ଗାଁ ଯାତ୍ରା

1 min
316

ଫଗୁଣ ମାସର ବସନ୍ତ ପବନେ 

ବଉଳର ବାସ୍ନା ମହକେ ଗଗନେ, 

ତୋଫା ଚନ୍ଦ୍ରମାର ପଞ୍ଚମ ଲଗନେ

ଦୋଳମଣ୍ଡପ ଚମକେ ନିଶାଣେ। 

ଶ୍ରୀରାଧା ସହିତ ଯଶୋ ନନ୍ଦନ

ଲଲାଟେ ତିଳକ ବାସ ଚନ୍ଦନ , 

ଝୁଲୁଥାନ୍ତି ପିନ୍ଧି ନବ ବସନ

ପରମ୍ପରା ସହ ହୁଏ ପାଳନ।

ଦୋକାନ ବଜାର ଅନେକ ମେଳି

ଘରେ ଘରେ କେତେ ବନ୍ଧୁ ଗହଳି,

ପିଠା ପଣା କରି କଟେ ସେ ଉଳି

ବାଜା ବାଣେ ଯାଏ ଗାଁ ଚହଳି।

ନିଜ ନିଜ ପେଶା ଛାଡି଼ ସେ ଦିନ

ସଞ୍ଜରେ କରନ୍ତି ନଗର କୀର୍ତ୍ତନ, 

ଗୋପାଳେ ଭ୍ରମନ୍ତି ବୋହି ବିମାନ

ସବୁରି ଦୁଆରେ ହୁଏ ପୂଜନ। 

ଭେଦଭାବ ଭୁଲି ଏକ ହୁଅନ୍ତି

ରାତି ବିତେ ଦେଖି ଯେ ନୃତ୍ୟଗୀତି, 

ସୁନ୍ଦର ଆମ ଗାଁ ଆମ ସଂସ୍କୃତି

ଭାତୃଭାବ ଭରା ସ୍ନେହ ପୀରତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics