Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JITENDRA CHANDRA SAHOO

Classics

3  

JITENDRA CHANDRA SAHOO

Classics

ବାପୁ

ବାପୁ

1 min
175



ଅଠର ଶହ ଅଣସ୍ତରୀ

ତାରିଖ ଅକ୍ଟୋବର ଦୁଇ ।

ଗୁଜରାଟ ପୋରବନ୍ଦର

ଜନମ ହୋଇଲା ତୁମ୍ଭର ।

କରମଚାନ୍ଦ ପିତା ଗାନ୍ଧୀ

ପୁତୁଳୀ ବାଇ ସ୍ନେହେ ବାନ୍ଧି ।

ସତ୍ୟରେ ରଖି ତୁମ ଲୟ

ବିଦ୍ୟା ଶିକ୍ଷାରେ ହେଲା ଜୟ ।

ଜୀବନ ସାଥୀ କସ୍ତୁରବା

ଚାରି ପୁତ୍ରର ହେଲ ପିତା ।

ଜନ୍ମଭୂମିର ପରାଧୀନ

ଅସହ୍ୟ ହେଲା ତୁମ ମନ ।

ଅହିଂସା ଅସ୍ତ୍ର ବଳ ଧରି

ସ୍ଵାଧୀନ ଦେଶ ଦେଲ କରି ।

ତିନି ମାଙ୍କଡ଼ ତୁମ ଦାନ

ସେ ପଥେ ଗଲେ ହେବ ଧନ୍ୟ ।

ଜାତିର ପିତାଟି ବୋଲାଇ

ଏ ଦେଶ ଧନ୍ୟ ଗଲା ହୋଇ ।

ଏ ସୃଷ୍ଟି ଥିବ ଯେତେ ଦିନ 

କରିବ ତୁମ୍ଭ ଗୁଣ ଗାନ ।



Rate this content
Log in

Similar oriya poem from Classics