STORYMIRROR

JITENDRA CHANDRA SAHOO

Classics

4  

JITENDRA CHANDRA SAHOO

Classics

"ପ୍ରେମ "

"ପ୍ରେମ "

1 min
271


କୃଷ୍ଣ ପ୍ରେମ ବଡ଼ ନିଶାରେ ସଙ୍ଗାତ

କୃଷ୍ଣ ପ୍ରେମ ବଡ଼ ନିଶା

ତା ପ୍ରେମରେ ପଡି ରାଇ, ମୀରା ବାଈ

ଗୋପୀ ହେଲେ ଲୋକ ହସା ।

   କୃଷ୍ଣ ପ୍ରେମ ବଡ଼ ନିଶା.........l

ରାମ ନାମ ବଡ଼ ମିଠା ରେ ସଙ୍ଗାତ

ରାମ ନାମ ବଡ଼ ମିଠା

ସେ ନାମ ପ୍ରେମରେ ଶିଳା ସେତୁ ବନ୍ଧା 

ଉଦ୍ଧାର ଜାନକୀ ମାତା

   ରାମ ନାମ ବଡ଼ ମିଠା...........l

କାଳିଆ ପ୍ରେମରେ ଭକତ ବାଇଆ

ଭକତ ପ୍ରେମେ କାଳିଆ

ଦେଖ ବଡ଼ ଦାଣ୍ଡେ ପ୍ରେମରେ ପାଗଳ

ବିଜେ ରଥରେ କାଳିଆ

   ଭକତ ପ୍ରେମେ କାଳିଆ.........ll

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics