ଦାରିଦ୍ର୍ୟ
ଦାରିଦ୍ର୍ୟ
ସବୁତ ତୁମରି ,ଦରିଦ୍ର କିପରି
ହେଲି ମୁଁ ତୁମ ରାଇଜେ
ଦାରିଦ୍ର୍ୟ ମୋ ସଦା ସଖା ସହୋଦର
ନିତ୍ୟ ମୋ ଗୃହେ ବିରାଜେ ।
ଦାରିଦ୍ର୍ୟତା ପାଇଁଁ ସୁଖଟି ମିଳଇ
ଅନୁଭବ ପାରେ ହୋଇ
ଏ ମର୍ତ୍ତ୍ୟ ମଣ୍ଡଳ ହୁଏ ଭୟଭୀତ
କଷଣ ଭୋଗିବା ପାଇଁ ।
ଅର୍ଥ,କୋଠା,ବାଡ଼ି ଥାଇ ସବୁକିଛି
ମନରେ ଅନେକ ବ୍ୟଥା
ମନର ମାନସ ଅଭିଳାଷ ଲାଗି
ରହେ କାଳ କାଳ କଥା ।
ସଖା ସୁଦାମାଙ୍କ ଦାରିଦ୍ର୍ୟତା ପାଇଁ
ସଖାଙ୍କ ମନରେ ବ୍ୟଥା
ସଖା ସିନା ବୁଝେ ସଖା ମନ କଥା
ଟେକ ରଖେ ସଖା ମଥା ।
ଦାରିଦ୍ର୍ୟତା ଭିନ୍ନ ଯଶ,ମାନ,ଜ୍ଞାନ
ଧନ, ଜନ ଅବା ମନ
ସଭିଏଁ ଦରିଦ୍ର ଏ ସଂସାର ପାଇଁ
ସଦା ରଖ ତାକୁ ଧ୍ୟାନ ।
