STORYMIRROR

JITENDRA CHANDRA SAHOO

Inspirational

4  

JITENDRA CHANDRA SAHOO

Inspirational

ତ୍ରିରଙ୍ଗା

ତ୍ରିରଙ୍ଗା

1 min
374


ମୋ ଦେଶ ପାଳୁଛି ସାଧାରଣତନ୍ତ୍ର

ଦିବସ ମହା ଖୁସିରେ

ପୁର,ପଲ୍ଲୀ, ଗ୍ରାମ, ସହର ସବୁଠି

ସାଜସଜ୍ଜା ତୋରଣରେ ।

ଉଡ଼େ ଫର ଫର ତ୍ରିରଙ୍ଗା ପତାକା

ଉନ୍ମାଦନା ଭାବ ଦେଇ

ପରାଧୀନତାର ଶୃଙ୍ଖଳ ଭିତରୁ

ମୁକ୍ତ ବିହଙ୍ଗ ହୋଇ ।

ବିଧିର ବିଧାନ ପାଳେ ସମ୍ବିଧାନ

ନିତି ଆଦର୍ଶ ଟି ନେଇ

ସାରା ଜଗତରେ ଶ୍ରେଷ୍ଠ ମୋ ଭାରତ

ଗଣତନ୍ତ୍ରେ ଶ୍ରେଷ୍ଠ ହୋଇ ।

ଯୋଗ୍ୟ ସନ୍ତାନ ଭାରତ ମାତାର

ନ ଭୁଲ ଅତୀତ ଗାଥା

ଶିର ଟେକି ସର୍ବେ ହେବା ଅଗ୍ରସର

ନଇଁବାନି କେବେ ମଥା ।

   


Rate this content
Log in

Similar oriya poem from Inspirational