STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ରସାଳ ଫଳ ଜାମୁରୋଳ

ରସାଳ ଫଳ ଜାମୁରୋଳ

1 min
20

 

ଦେଖ ଫଳିଛି ବୃକ୍ଷେ ଫଳ l

    ନାମ ତାହାର ଜାମୁରୋଳ ll

ସବୁଜ ପତ୍ରର ଗହଳେ l

     ଫଳ ଝୁଲନ୍ତି ବୃକ୍ଷଡାଳେ ll

ପତ୍ର ଗହଳେ ପକ୍ଷୀ ବସି l

    ଖୁମ୍ପି ଖାଆନ୍ତି ରସ ଶୋଷି ll

ସୁମିଷ୍ଟ ପକ୍ବ ଜାମୁରୋଳ l

     କଷାୟ ଅତୀବ ରସାଳ ll

ଗ୍ରୀଷମେ ଜାମୁରୋଳ ଫଳେ l

   ବାଡ଼ି ବଗିଚା ତୋଟାମାଳେ ll

ଏ ଫଳ ଚାଖ ଯତ୍ନ କରି l

    ଦୂର ହୋଇବ ସ୍ୱେଦବାରି ll

ଗ୍ରୀଷମ ଗଲେ ନ ପାଇବ l

   ଆଷାଢ଼େ ଫଳ ଶୁନ୍ୟହେବ ll

ଔଷଧି ଗୁଣ ଅଛି ଯେତେ l

    ନକହି ପାରେ ମୁଁ ପଣ୍ଡିତେ ll

ଫଳଟି ଅଟେ ଗୋଲଗାଲ l

      ବାସ ତା ବିଷୁବ ମଣ୍ଡଳ ll

ହିମାଳୟର ପାଦ ଦେଶେ l

    ଏ ଫଳ ଫଳଇ ବିଶେଷେ ll

ଧନ୍ୟ ବିଧାତା ତୁମ୍ଭ ଖେଳ l

    ଗ୍ରୀଷ୍ମେ ସୃଜିଲ ଜାମୁରୋଳ ll

ବିଧି ବ୍ୟବସ୍ଥା ଚିନ୍ତି ମନେ l

     ଶୁଣ ଭାବୁକ ଭାଇମାନେ ll

ଆସୁଛି ବରଷାର କାଳ l

     ବୃକ୍ଷ ଲଗାଇ ରଜ ପାଳ ll

ଜାମୁରୋଳର ବାର୍ତ୍ତା ଏହି l

    ପାଳିବ ନିଶ୍ଚୟ ମୋ ଭାଇ ll

      


Rate this content
Log in

Similar oriya poem from Inspirational