STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆସ ପୁଣି ଦୀପଟିଏ ଦେବାରେ ଜଳାଇ

ଆସ ପୁଣି ଦୀପଟିଏ ଦେବାରେ ଜଳାଇ

1 min
6

        ଆସ ପୁଣି ଦୀପଟିଏ 

          ଦେବାରେ ଜଳାଇ 

        ===========

କବି ଅଟଳ ବିହାରୀ ବାଜପେୟୀଙ୍କ 

ମୂଳ ହିନ୍ଦୀ କବିତା, ଆଓ ଫିର ସେ 

ଦିଆ ଜଲାଏଁ ର ଓଡ଼ିଆ ଭାଷାନ୍ତର 

         ==========

ଦିବାଦ୍ୱିପ୍ରହରେ ଆଜ ଘାରିଛି ଅନ୍ଧାର l

ଅସମର୍ଥ ଦୂରେଇ ଦେବାକୁ ଦିବାକର l

ନିରାଶା ହତାଶା ରଖ ଅନ୍ତରକୁ ଦେଖ l 

ଆଶାର ପ୍ରଦୀପ କାଢ଼ ଛାଡ଼ ଏ ବିମୁଖ l 

ଆସ ପୁଣି ଦୀପଟିଏ ଦେବାରେ ଜଳାଇ l

ନିରାଶା ହତାଶା ସବୁ ଯିବରେ ପଳାଇ l


କ୍ଳାନ୍ତ ପାନ୍ଥଶାଳାକୁରେ ମଣିଲ ପ୍ରାସାଦ l 

ଲକ୍ଷ୍ୟ ଭ୍ରଷ୍ଠ ନୟନରେ ଖାଲି ଅବସାଦ l 

ଆଜି ମୋହଜାଲେପଡ଼ି କାଲିକୁ ନଭୁଲି l 

ହୃଦୟ କନ୍ଦରୁ କାଢ଼ ଆଶାର ଦୀପାଳୀ l 

ଆସ ପୁଣି ଦୀପଟିଏ ଦେବାରେ ଜଳାଇ l 

ନିରାଶା ହତାଶା ସବୁ ଯିବରେ ପଳାଇ ll 


ଆହୁତି ତ ବାକି ଅଛି ଯଜ୍ଞ ବି ଅଧୁରା l 

ବିଘ୍ନ ତୁମ ଚତୁର୍ଦ୍ଦିଗେ ରହିଅଛି ଘେରା l 

ଅନ୍ତିମ ଜୟରେ ସବୁ ରଖରେ ଧିଆନ l 

ନବ ଦଧୀଚି ଅସ୍ଥିରେ ବଜ୍ରକୁ ନିର୍ମାଣ l 

ଆସ ପୁଣି ଦୀପଟିଏ ଦେବାରେ ଜଳାଇ l 

ନିରାଶା ହତାଶା ସବୁ ଯିବରେ ପଳାଇ l 

               🙏🙏🙏

                   ଅର୍ଜୁନୀ 

            ------------

ଅର୍ଜୁନୀ ଚରଣ ବେହେରା 

ମୋ - ୭୬୯୩୦୯୧୯୭୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational