STORYMIRROR

Kalandi pal

Inspirational

3  

Kalandi pal

Inspirational

ଯୋଜନା

ଯୋଜନା

1 min
170

ଯୋଜନା ଉପରେ ଯୋଜନା ହେଉଛି

    ୠଣ ଭାର ବଢୁ ଯେତେ ,

ଅନେଇ ରହିଛି ଗାତୁଆ ମୂଷା ଟା

     ଜୁଳୁ ଜୁଳୁ ଚାହିଁ ଗାତେ,

     ଚୁଟି କାଟି ନେବ ହାତେ 

ସେଇଥିରେ ତାର କଚେ ପୁଅ ବାର 

    ଚାହିଁ ରହିଥାନ୍ତୁ ଯେତେ ,।


ଯୋଜନା ହେଉଛି ଗରିବ ଦେଖୁଛି 

    ନ ପାଇ ହୁଏ ଦରାଣ୍ଡି ,

ଗାତୁଆ ମୂଷା ଟି କାଟି ନେଇ ଚୁଟି 

    ପେଟ ଧାନ ଉଁଶା ହାଣ୍ଡି ,

     ସିଏ ପରା ଆମ ମୁଣ୍ଡି 

ତଳରୁ ଉପର   ସଜେଇ ରଖିଛି 

     କେତେ ଚିରୁଗୁଣି ଚଣ୍ଡି ।


ଗରିବ ପାଉଛି    ଡିଣ୍ଡିମ ପିଟୁଛି

     ସଦା ଏଠି ସରକାର ,

ଗରିବ ରହିଛି    ଗରିବ ହୋଇକି 

      ଚାହିଁ ଚାହିଁ ବୁଡେ ବେଳ ,

      ବାବୁ ଖାନ୍ତି ମାଂସ ଝୋଳ ,

ମନେ ମନେ ସ୍ଵାଦ   ଚାଖୁଛି ଗରିବ 

      ପାଟିରୁ ଗଡାଏ ଲାଳ, ।


ନଡ଼ିଆ ଭିତରେ ପାଣି ପଶେ ଧୀରେ 

     କେହି ଜାଣନ୍ତିନି ଟେର,

ଶାବଳ ଯୋଜନା   ଛୁଞ୍ଚି ହୁଏ ସିନା 

      ଖୋଳ ହୋଇ ସ୍ତର ସ୍ତର ,

      ଢିଲା ତ ଶାସନ କଳ,

କାହା ବିରୁଦ୍ଧରେ    କିଏ ବା କହିବ 

      କମଳ ଜାକରେ ବାଳ, ।


Rate this content
Log in

Similar oriya poem from Inspirational