STORYMIRROR

Kalandi pal

Thriller

4  

Kalandi pal

Thriller

କଲ୍ପନା

କଲ୍ପନା

1 min
332


 ମାନସ ସାଗରେ    କଲ୍ପନାର ଢେଉ

      କୂଳ ଲଂଘି ଉଙ୍କି ମାରେ

 ଅବସାନ ଯେତେ  ଉଦ୍ଭବ ବି ସେତେ

       ଅସ୍ଥିରେ ଅନ୍ତର ଘାରେ ।।


 କଳ୍ପନାର ବିନା     କାରକ କଳନା

      ସୀତାଂସୁ ବିନା କମଳ

 କବିର କବିତା      ନୁହଁଇ ପୂର୍ଣ୍ଣତା

      ଜଳଦ ବିନା କି ଜଳ ।।


  ସଫଳତା ମୂଳ    ଚାବିକାଠି ଯାର

       କଳ୍ପନାର ଗନ୍ତାଘର

  ଅସ୍ଥିରତା ଘାରେ  ପ୍ରତି ସ୍ତରେ ସ୍ତରେ

      ହୋଇଗଲେ ଅସଫଳ ।।


  ନାହିଁ ଯା ଠିକଣା   କଳ୍ପନାର ସୀମା

      ଦୂର ଦିଗ୍ ବଳୟ ପରି

  ସାଉଁଟି ଧରନ୍ତି   ଭାବୁକ ଯେ ବ୍ୟକ୍ତି

      ସକାରାତ୍ମକ ବିଚାରି ।।


  ମାନସ ମନ୍ଥନେ   ସୁକର୍ମ ସୁମନେ

      ସୁଫଳ ଅମୃତ ସମ

  କୁକର୍ମ କୁମନେ   ଅସଫଳ ବନେ

      ଘାଣ୍ଟି ହୁଏ ରାତି ଦିନ ।।


  କଳ୍ପନାରେ କିଏ ଗଢି ତୋଳେ ହାୟ

       ସ୍ମୃତିର ତାଜ ମହଲ

  ସ୍ୱପନେ ସନ୍ତୋଷ   ଲଭଇ ଅବଶ୍ୟ

      ନିଦ୍ରା ଭଗ୍ନେ ହା ହା କାର ।।


  କଳ୍ପନା ଜଳ୍ପନା     ମନର ଆଇନା

       କ୍ଷଣିକେ ଆସେ ଓ ଯାଏ

  ଆଙ୍କି ହୁଏ ଯେବେ  ପ୍ରଚ୍ଛଦ ପଟ୍ଟରେ

       ଆଇନାରେ ଗଣା ନୁହେଁ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller