STORYMIRROR

Amit Bal

Tragedy Action Thriller

4  

Amit Bal

Tragedy Action Thriller

ସୁଖର ଦିନ

ସୁଖର ଦିନ

1 min
342

ସୁଖର ଦିନ ସବୁ ପୁଣି ଫେରିବ

            ମଣିଷ ଜୀବନ ପଥେ

କେଜାଣି କେବେ ସେଇ ଦିନ ଆସିବ

          ଜଣା ବି ତ ନାହିଁ ମୋତେ ।


ବିଗତ ବେଳାର ପ୍ରୀତି ମନେ ପଡେ

          ଗୋଧୂଳି ବେଳାରେ ନୀତି

ରଜନୀଗନ୍ଧାର ମହକେ କେମିତି

           ପାହି ଯାଉଥିଲା ରାତି ।


ଜୀବନ ବୀଣାର ସୁର ଲମ୍ବୁଥିଲା

        କାହିଁ କେତେ କୋଶ ଯାଏ

ଫୁଲ ଫଗୁଣରେ ଦିନ ବିତୁ ଥିଲା

           ଗାଆଁ ରୁ ସହର ଯାଏ ।


ଅବୁଝା ମନ ବି ବୋଲି ମାନୁଥିଲା

          ଛନ୍ଦ ଭରି ସେ ଜୀବନେ

କୁଆଡୁ ଆସିଲା କରୋନା କେଜାଣି

           କଷଣ ଭରିଲା ମନେ ।


ଆଗକୁ କିହେବ ଜଣାବି ପଡୁନି

           ଭୟ କମୁ ନାହିଁ ଏଠି

ସଂସାର ସାଗରେ ଲହଡି ଉଠିଛି

         ସୁଖ ଦେଇ ଦୂରେ ଛାଟି ।


Rate this content
Log in

Similar oriya poem from Tragedy