STORYMIRROR

Amit Bal

Abstract Tragedy Classics

4  

Amit Bal

Abstract Tragedy Classics

ଶୀତ ଆସିଗଲେ

ଶୀତ ଆସିଗଲେ

1 min
318

ଆଜି କାଲି ଶୀତ ଆସିଗଲେ

ଉଦାସ କରୁଣ ବିଳାପ ତୋଳେ

ମୋ ମନର କୋଣ ଅନୁକୋଣରେ ।


ନିରୁତା ନୀରବତା ମୁଖର ହୋଇ

ଦିନ ରାତି ଅହରହ ସର୍ବତ୍ର 

ହାହାକାର ରାଗ ତୋଳୁଥାଏ ।


ମନରେ ଶଙ୍କା ଘୋଟେ ଅଜସ୍ର,

ଖୁସି ସବୁ ଚାଲିଯାଏ ଯେମିତି

କାନ୍ଥ ବାଡ଼ ନଈ ନାଳ ଡେଇଁ;

ମୋତେ, ଅନ୍ଧାରକୁ ହାତଗୁଞ୍ଜା ଦେଇ ।


ଜହ୍ନ ଆସ୍ତେ କିନା ଲୁଚି ଯାଏ

କୁହୁଡି ଝାଡିଝୁଡି ଛିଡାହୁଏ ।


ସବୁ ମିଛ ମିଛ ଲାଗେ ଦୁନିଆରେ

ମୋ ଉଜୁଡା ସ୍ବପ୍ନର ଧାରେ ଧାରେ

ଏଇ ଯେମିତି ଛିଣ୍ଡି ପଡ଼ିଯିବ ଆକାଶ

ଦେଖୁ ଦେଖୁ, ଏଇ ମୋ ମୁଣ୍ଡ ଉପରେ ।


ଛାତି ତଳେ ବଢୁଥାଏ ଘାଆର ସ୍ଥାପତ୍ଯ

ଜୀବନ ଦିଗବଳୟରେ ମୁଁ ବି ଅସ୍ତ ବ୍ୟସ୍ତ 

ମିଥ୍ୟା ସଂସାରର ସମାରୋହ ତଳେ

ଶୀତୁଆ ପବନର ଆଞ୍ଜୁଳାଏ ଉଡାଣ ବେଳେ


କେବେ ଖୋଜି ଖୋଜି ଦିଗହରା ଅତୀତକୁ

କେବେ ଝର୍କା ଫାଙ୍କରେ ଚାହିଁ ରହି

ଅନାଗତ ଅଜଣା ଅଚିହ୍ନା ଭବିଷ୍ୟତକୁ ।

    

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract