STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ମାନବିକତା

ମାନବିକତା

1 min
361


ଜନନୀ ଭାରତ ବିଶ୍ବ ଗଣତନ୍ତ୍ରେ


ବିଶ୍ବକୁ ସନ୍ଦେଶ ଦିଏ,


ମନ୍ତ୍ର ଗୁଞ୍ଜୁ ଅଛି ମାନବିକତାର


ଜନହୀତେ କାର୍ଯ୍ୟ ହୁଏ।


ଅଦୃଶ୍ୟ ରୋଗଟି ଅଥୟ କରିଲା


ଚିନ୍ତା ମଗ୍ନ ହେଲା ବିଶ୍ବ,


ଅପାର ଯନ୍ତ୍ରଣା ଦେଲା ଏହୁ ରୋଗ


ହାହାକାର କଲା ବିଶ୍ବ।୨।


ଆତ୍ମନିର୍ଭରଟି ହୋଇଣ ଭାରତ


ସ୍ବଦେଶୀ ଟିକା ନିର୍ମାଣ,


ସେହୁ ଟିକା ଲାଗେ ଜନଜନ ଆଜି


ମାନବିକତା ପ୍ରମାଣ।୩।


ଅଶୀରୁ ଅଧିକ ବିଶ୍ବର ଦେଶରେ


ଭାରତର ଟିକା ଲାଗେ,


ମାନବିକତାର କାର୍ଯ୍ୟ କରେ ଦେଶ


ଅପୂର୍ବ ଗୌରବ ଲାଗେ।୪।


ଭାରତ ଯୋଜନା ଆୟୁଷ୍ମାନ ଆଜି


ସ୍ବସ୍ଥ୍ୟ କରୁ ଅଛି ଜନେ,


ସ୍ବାସ୍ଥ୍ୟର ସୁବିଧା ଗରିବଙ୍କ ପାଇଁ


ମାନବିକତା ହିଁ ମନେ।୫।


ପାଞ୍ଚ ଲକ୍ଷ ଟଙ୍କା ମାଗଣା ମିଳୁଛି


ଜନହୀତେ ସ୍ବସ୍ଥ୍ୟ ପାଇଁ,


ମାନବିକତାର ଅପୂର୍ବ ସନ୍ଦେଶ


ଦେଶ ହୀତେ ଜନ ପାଇଁ।୬।


ଦୀର୍ଘ ବର୍ଷ ପରେ ମାନବିକତାର


ମନ୍ତ୍ର ଗୁଞ୍ଜେ ଧରାଧାମେ,


ଜନସେବା ହୁଏ କର୍ତ୍ତବ୍ୟେ ଜଡ଼ିତ


ମାନବିକତାର କର୍ମେ।୭।


ଗରିବ ଲୋକଙ୍କ ଉନ୍ନତିର ପାଇଁ


ଜନହୀତେ କାର୍ଯ୍ୟ ହୁଏ,


ମାନବିକତାର ପରିଚୟ ଏହୁ


ସମଭାବ ମନ୍ତ୍ର ଦିଏ।୮।


ମାଗଣା ଆନାଜ ପାଉଛନ୍ତି ଜନ


ଏହୁ ହିଁ ମାନବିକତା,


ଦୀର୍ଘ ବର୍ଷ ପରେ ଗ୍ରାମୀଣ ଭାରତ


ଉନ୍ନତିରେ ହିଁ ଉଚ୍ଚତା।୯।


ଜନନୀ ଭାରତ ବିଶ୍ବ ଗଣତନ୍ତ୍ରେ


ବିଶ୍ବକୁ ସନ୍ଦେଶ ଦିଏ,


ମନ୍ତ୍ର ଗୁଞ୍ଜୁ ଅଛି ମାନବିକତାର


ଜନହୀତେ କାର୍ଯ୍ୟ ହୁଏ।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract