STORYMIRROR

ମହାଗାଲୁଆ ସନୁ

Abstract Others

4  

ମହାଗାଲୁଆ ସନୁ

Abstract Others

ମୋ ମା

ମୋ ମା

1 min
461

 ଚକ୍ର ଆଢୁଆଳ ଲୋଡ଼ା ନାହିଁ ପ୍ରଭୁ,

   ମାଆ ପଣତକାନି ମୋ ଭରସା,

ତୁମ୍ଭେ ଭୁଲି ଯିବ ଭକତ କୁ ତୁମରି,

   ସେ ଭୁଲିବନି ହେଲେବି ରାଗ ରୁଷା ।।


ସରଗଠୁ ବଳି ତା ମମତାର ଘର,

  ଯହିଁ ବଢି ମୁଁ ଦେଖିବି ଏ ସଂସାର,

ତା ହୃଦ ଉଷ୍ଣତା ଶକତି ମୋହର,

   ଜୟ କରିବି ଶତ୍ରୁ ଯେତେ ହେଲେ ବୀର ।।


ସବୁ ଦୃଷ୍ଟି ରକ୍ଷା କରି ମୋତେ ସେହି,

   ପ୍ରତି କ୍ଷଣରେ ମୋପାଇଁ ଚିନ୍ତେ,

ମୋ ହସେ ହସେ ମୋ ଦୁଃଖେ ଦୁଖୀ,

   ପ୍ରଭୁ ବି ତା ପାଦଙ୍କୁ ଚିନ୍ତେ ।।


କୋଳରେ ତାହାର ଜନ୍ମ ହେଇଛି,

   ମାଗୁଛି ତୁମ କୁ ଏ ମିନତୀ ମୋର,

ଭୀଷ୍ମ ପରାଏ ହରି ନିଅ ମୋ ପ୍ରାଣ,

   ସେହି କୋଳେ ପ୍ରାଣ ଛାଡୁ ଏ ଶରୀର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract