STORYMIRROR

ମହାଗାଲୁଆ ସନୁ

Abstract

3  

ମହାଗାଲୁଆ ସନୁ

Abstract

ମୋ ମା

ମୋ ମା

1 min
12.3K

ବୈଶାଖୀ ଝାଞ୍ଜି ତୁ ମା ଶୀତଳ ପବନ,

    ଧାରା ଶ୍ରାବଣ ରେ ତୁ ଅଭୟ ଛତ୍ର

ଶୀତ କକର ରେ ତୁମ ମା ଏନ୍ତୁଡ଼ି ର ଉଷ୍ଣ ,

ସବୁ ଭୟ ର ଶରଣ ତୁ ମା ଏକମାତ୍ର


ତୁମ କୋଳ ରେ ଲୋଟି ପାଏ ସଂସାର ସୁଖ,

    ଭୁଲି ଯାଏ ଦୁଃଖ କ୍ଳେଶ କଷ୍ଟ ଯନ୍ତ୍ରଣା,

ଭୋକିଲା ପେଟେ ଆହାର ଦେଉ ଦେଖି ମୁଖ,

    ସାହସ ଦେଉ ଲଢ଼ିବାକୁ ଯୁଦ୍ଧ ଅବା ମନ୍ତ୍ରଣା


 କେତେ ଦୁଃଖ ତୁ ତୋ ହୃଦୟେ ଧରିଛୁ 

    କେବେ କହିନାହୁଁ ଦୁଃଖୀ ଅଛୁ ବୋଲି

ହେଲେ ସତେକି ମୁଁ ଆଜି ବୁଝି ପାରିଛି 

   ତୁ ମୋତେ ସବୁ ଠୁ ଅଧିକ ଭଲ ପାଉ ବୋଲି


ମୋ ପାଇଁ ତୁହି ପ୍ରଥମ ଦେବତା ଅନ୍ୟ କେହି ନାହିଁ

  ତୁମ ଚରଣେ ଭକ୍ତି ଢାଳୁଛି

 ମରଣ ହେଉ କି ଜରାଜୀର୍ଣ୍ଣ ଅବସ୍ଥା

  ତୋତେ ବୁଝିଛି  ତୋତେ ହିଁ ପୁଜିଛି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract