STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଦୋଳ ନାଗର

ଦୋଳ ନାଗର

1 min
164

 ଦୋଳେ ବସିଛନ୍ତି ଦୋଳ ନାଗର

ପାଶେ ରାଧାରାଣୀ ରୂପ ପ୍ରେମର। 

ଯୁଗଳ ମୂରତି କରିଲେ ଦର୍ଶନ

ମୁକୁଳେ ବନ୍ଧନ ଯୁଗ ଯୁଗର।। ୦।।


ଫୁଲ ଫଗୁ ବିଞ୍ଚି ସାରା ଧରଣୀ

ଫଗୁଣ ମାଗୁଛି ଦିଅ ମେଲାଣି। 

ପିକ ଗାଇଲାଣି ମଧୁ ସଙ୍ଗୀତ

ଆମ୍ବ ବଉଳରେ ସାଜେ ଚଇତ। 

ଏ ମଧୁ ଲଗନେ ଜୀବନ ସଞ୍ଚରେ

ବଂଶୀ ସ୍ୱନ ଯେବେ କରେ ଅଧିର। 

ଦୋଳେ ବସିଛନ୍ତି ଦୋଳ ନାଗର।। ୧।।


ଦେଖ ଶ୍ୟାମ ଗୋରୀ ମଧୁ ମିଳନ

ଝରେ ଯହିଁ ପ୍ରେମ ଧାରା କ୍ଷରଣ। 

ଭରି ନିଅ ନିଜ ଶୂନ୍ୟ ହୃଦୟ

ଗାଇ ରାଧା କୃଷ୍ଣ ଜୟ ହେ ଜୟ। 

ଆନନ୍ଦର ରଙ୍ଗ ତରଙ୍ଗ ଖେଳାଇ

ଉଠୁ ହୃଦେ ହୃଦେ ନବ ଜୁଆର। 

ଦୋଳେ ବସିଛନ୍ତି ଦୋଳ ନାଗର।।୨।।


ଫିଟିଯିବ ଯେତେ ଅଡ଼ୁଆ ସୂତା

ରଖି ଦେଖ ସେହି ଚରଣେ ମଥା।

ସମାହିତ ହେବ ଜୀବନ ଦ୍ଵନ୍ଦ

ମେଲିବ ପାଖୁଡ଼ା ହୃଦ କୁମୁଦ।

ଅନ୍ତର ବିମାନେ ସଜାଇ ଆସନ

ମାନସ ପୂଜାରେ ହୁଅ ତତ୍ପର। 

ଦୋଳେ ବସିଛନ୍ତି ଦୋଳ ନାଗର।।୩।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract