STORYMIRROR

Santosh Pattnayak

Abstract Others

3  

Santosh Pattnayak

Abstract Others

ଅପୂର୍ବ ସମ୍ଭାର

ଅପୂର୍ବ ସମ୍ଭାର

1 min
296

ବିଶ୍ରାମ ସକାଶେ ସୁରୁଜ ଢଳିଲେ  

    ଲୋହିତ ଗଗନ କୋଳେ  

ବିମ୍ବିତ ଛବିରେ ଶୋଭିତ ସରିତ 

   ତରଙ୍ଗର ତାଳେ ତାଳେ ..... 


ଅପୂର୍ବ ସମ୍ଭାର ରଚିଛି ବିଧାତା 

  ଶ୍ରେଷ୍ଠ କଳାକାର ପଣେ 

ତରଣିର ପରେ ସୁର ଲୟ ତୋଳେ 

  କିଏ ସେ' ତରୁଣୀ ଜଣେ .....


ଅତ୍ୟନ୍ତ ମୋହିତ ହଂସ ହସଂରାଳୀ 

     ଆନନ୍ଦ ଉଲ୍ଲାସ ହେଳେ 

ସଙ୍ଗୀତର ସ୍ପର୍ଶ ଜୀବନ୍ଯାସ ଦିଏ

    ସ୍ଥାବର-ଜଙ୍ଗମ ପ୍ରାଣେ ......


ସ୍ବର୍ଣ୍ଣିମ ମୂହୁର୍ତ୍ତେ ସଙ୍ଗୀତ ମୂର୍ଛନା

   ସ୍ବର୍ଗିୟ ସୁଷମା ତୋଳେ

ବିମୁଗ୍ଧ ପରାୟ ତନୁ ମନ ମୋର 

    ଦେଖି ନୟନ ଯୁଗଳେ ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract