ହେ ଗୁରୁ
ହେ ଗୁରୁ
1 min
243
ତୁମେ ପରଂବ୍ରହ୍ମ ଅବ୍ୟକ୍ତ ଅସୀମ
ତୁମେ ଅଗତିର ଗତି
ତୁମରି କରୁଣା ମଥା ପରେ ମୋର
ବଢାଉ ମୋ' ଯଶ କୀର୍ତ୍ତି
ସ୍ଥିର ରହୁ ମୋର ମତି
ସଂସାର ହାଟର ଅନ୍ଧାର ହଟାଅ
ଢାଳିକି ଜ୍ଞାନର ଜ୍ୟୋତି ...
ହେ ଗୁରୁ .....
ତୁମ୍ଭେ ଦ୍ରୋଣାଚାର୍ଯ୍ୟ ତୁମ୍ଭେ ବିଶ୍ୱାମିତ୍ର
ତୁମ୍ଭେ ମୋର ବ୍ୟାସଦେବ
ଅଧମର ଅଳି ଘେନ ମୋ' ପ୍ରଣତୀ
ହେ' ମୋ ପୂଜ୍ୟ ଗୁରୁଦେବ
ଘେନ ଅର୍ଘ୍ୟ ଭକତିର
ଢାଳିଦିଅ ବାରେ ଅଧମର ଶୀରେ
ଆଶିଷ ବରଷା ନୀର....
ହେ' ଗୁରୁ .....
ତୁମ୍ଭେ ଶିଖାଇଛ କରମ ଧରମ
ସ୍ୱାବଲମ୍ବୀ ସ୍ୱାଭିମାନ
ତୁମରି ଆଦର୍ଶେ ଗଢ଼ା ଏ ଜୀବନ
ତୁମେ ମହା ଜ୍ଞାନ ଦ୍ରୁମ
ସମର୍ପିଲି ତନୁ ମନ
ଆଶିଷର ହାତ ଥାଉ ସବୁ ଦିନ
ଫୁଲ ଫଳ ଛାୟା ସମ ....
