ମଣିଷ
ମଣିଷ
1 min
379
ବିଧାତାର ଏକ ଅମୂଲ୍ୟ ରତନ
ଅଟଇ ଏଇ ମଣିଷ
ସଂସ୍କାର ବିହୁନେ ସାଜିଥାଏ ସିଏ
ନର ରୂପରେ ରାକ୍ଷସ
ମନେ ଭରିଯାଏ ବିଷ
ସମ୍ପର୍କକୁ ଭୁଲି ସ୍ବାର୍ଥକୁ ତଉଲି
ହସେ ବିଦ୍ରୁପର ହସ l....୦
ସମାଜ ସୁଧାରେ ଚିନ୍ତା ଚିନ୍ତନରେ
ଶ୍ରେଷ୍ଠ ଏଇ ତ ମଣିଷ
ଗୀତା ଭାଗବତ ତପସ୍ୟା ସାଧନ
ସବୁଥିରେ ତା'ର ଯଶ
ବିଜ୍ଞାନରେ ଜ୍ଞାନ ବଶ
ଭୁଲି ମୂଳ ଧର୍ମ ପ୍ରାୟୋଜିତ କର୍ମେ
ଜଗତକୁ କରେ ନାଶ l.... ୧
କାମନା ବାସନା ଆୟତ୍ତରେ ରଖି
ମଣିଷ ହୁଅଇ ଋଷି
ମଣିଷ ରୂପରେ ଦେବତା ଜନ୍ମନ୍ତି
ଅବତାର ପରକାଶି
ବିଷୟା ରାସରେ ରସି
ମଣିଷ ଭୁଲଇ ନିଜ ସ୍ଥିତି ଜ୍ଞାନ
କାଳ ଦିଏ ତାକୁ ଗ୍ରାସି l....୨
