ତୁଚ୍ଛ ସମ୍ପର୍କ
ତୁଚ୍ଛ ସମ୍ପର୍କ


ସକଳ ସକାଳ ସମୟ ସମ୍ପର୍କ
ସ୍ନେହ ଶ୍ରଦ୍ଧାରେ ଚାଲେ ଜୀବନ
ସ୍ୱାମୀ ସ୍ତ୍ରୀ ଶାଶୁ-ଶଶୁରଙ୍କ ମେଳ
ତୁଚ୍ଛ ଏ ସମ୍ପର୍କ ମାନ
ଶେଷେ ସାହା ତୋର କର୍ମ ସାଧନ ॥
ସପନ ମହଲେ ସର୍ତ୍ତର ସମ୍ପର୍କ
ସ୍ବାର୍ଥ ନିକିତିରେ ତଉଲା ମୂଲ
ଜାଣିଛି ଜାଣୁଛି ଏକା ନିୟତି
ତୁଚ୍ଛ ଏ ସମ୍ପର୍କ ମାଳ
ସ୍ୱାର୍ଥରେ ନିହିତ ସମ୍ପର୍କ କାଳ ॥
ଏନ୍ତୁଡିଶାଳରୁ ମଶାଣି କୋଳ
ଧନ ଅରଜନେ କୃପଣ ମେଳ
ଦୈହିକ ସୁଖରେ ସ୍ତିରିର କୋଳ
ତୁଚ୍ଛ ସେ ସମ୍ପର୍କ କାଳ
ଶେଷେ ସାହା ସେଇ ନନ୍ଦ-ଗୋପାଳ ॥
ରକତ ସମ୍ପର୍କ ଅବା ପ୍ରିୟା ପ୍ରିତୀ
ନଥିଲେ ଏ'ମନେ ବିଭୁ ଭକତି
ସଂସାର ଜଞ୍ଜାଳ ବୃଥା ସବୁ ଯୁକ୍ତି
ତୁଚ୍ଛ ଏ ସମ୍ପର୍କ ମତ୍ତି
ଆତ୍ମା-ପରମାତ୍ମା ନିବିଡ଼ ଅତି ॥
ସଂସାରର ସତ୍ୟ ଏକା ତ ଧର୍ମ
ସୁଧାରସ ନୁହେଁ ସୁହାଗ ଦିନ !
ସହଭାଗୀ ନୁହେଁ କେ' ପରିଜନ
ତୁଚ୍ଛ ଏ ସମ୍ପର୍କ ମାନ
ଶେଷ ଠିକଣା ତ' ଜୁଇ ଶ୍ମଶାନ ॥