ବୃକ୍ଷରୋପଣ
ବୃକ୍ଷରୋପଣ
1 min
173
ପରିବେଶ ଚକ୍ର ହୋଇଛି ବିମୁଖ
ହୃଦୟ ହେଲାଣି ଧନ୍ଦି
ବୈଶାଖି ହାଇରେ ମଳୟ ହଜିଛି
ବସନ୍ତେ ବହୁଚି ଝାଞ୍ଜି ।
ନହୁଅ କାରଣ ଜାଗ ଜନଗଣ
କରହେ ବୃକ୍ଷରୋପଣ
ପ୍ରକୃତି ହସିବ ଧରା ଝଲସିବ
ଖୁସି ହୋଇବ ଛ'ଗୁଣ ।
ଫୁୁଲ ଫଳ କାଠ ଗଛର ତ ଦାନ
ଦିଏ ପୁଣି ଅମ୍ଳଜାନ
ଏତେ ସବୁ ତ୍ୟାଗ ପାଇଁ ସିିନା ସିଏ
ଜଗତେ ଅଟେ ମହାନ ।
ଯତନେ ଲଗାଅ ବୃକ୍ଷ ରତନକୁ
ଢାଳିଦିିଅ ଶ୍ରମ ଝାଳ
ହସିଉଠୁ ଏଇ ସବୁୁଜ ବନାନୀ
ହସୁ ଏ ପ୍ରକୃତି କୋଳ ।
ବୃୃକ୍ଷ ସାଥେ ଯୋଡ଼ା ଆମରି ପରାଣ
ଭୁଲନି ତା' ସମର୍ପଣ
ବୃୃକ୍ଷ ପାଇଁ ଆମ ନିଶ୍ବାସ ଚାଲିଛି
ଏହାହିଁ ପ୍ରକୃୃତି ନିୟମ ।