ବୃକ୍ଷ ଓ ନାରୀ
ବୃକ୍ଷ ଓ ନାରୀ
1 min
162
ପରିବାର ଠାରୁ ପରିବେଶ ସୃଷ୍ଟି
ନାରୀର ହାତ ସବୁଠି
ବୃକ୍ଷ ଆଉ ନାରୀ ସମ ଗୁଣ ବର୍ତ୍ତୀ
ପରୋପକାରେ ଦୁହେଁ ଟି।
ସ୍ନେହ,ଶ୍ରଦ୍ଧା,ପ୍ରେମ ସଦା ଝରୁଥାଏ
ସଂସାର ମଧ୍ୟେ ସାରଟି
ବୃକ୍ଷ ଓ ନାରୀ ଦୁହେଁ ଉପକାରୀ
ଏକଥା ଅନ୍ୟଥା ନୁହେଁଟି ।
ନାରୀ ସାଜେ ମାତା, ଭଗିନୀ ଦୁହିତା
କେବେ ଜାୟା ପତିବ୍ରତା
ସବୁରି ରୂପରେ ପ୍ରେମ କାଙ୍ଗାଳିନୀ
ସେଇ ପଥ ପ୍ରଦର୍ଶିକା ।
ବୃକ୍ଷ ବି ସେମିତି ଅମ୍ଳଜାନ ପାଇଁ
ନିତାନ୍ତ ଜରୁରୀ ଆମ
ବାସଗୃହ ଠାରୁ ଶ୍ମଶାନ ପର୍ଯ୍ୟନ୍ତ
ନିଃସ୍ବାର୍ଥେ ଦିଅଇ ଦାନ ।
ଦୁହିଁଙ୍କ ମିଳନେ ଅପୂର୍ବ ସୌନ୍ଦର୍ଯ୍ୟ
ଝଲସିଲା ତନୁମନ
ଉପମା ଦେବାକୁ ଭାଷା ନାହିଁ ମୋର
ଦୁହିଁଙ୍କୁ କଲି ନମନ।