Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

4  

Santosh Pattnayak

Others

ତୁଚ୍ଛ ସମ୍ପର୍କ

ତୁଚ୍ଛ ସମ୍ପର୍କ

1 min
319



ଧନ ଯଉବନ ପଦବୀ ଆସନ 

   କିଛି ନୁହେଁ ଚିରସ୍ଥାୟୀ 

ମାୟା ମୋହ ସାଥେ ଚାଲିଛି ସଂସାର 

    ସବୁ ଏଠି କ୍ଷଣସ୍ଥାୟୀ । ୧


ଭୋଗ ବିଳାସର ଅତୁଟ ବନ୍ଧନ 

    ତୁଚ୍ଛ ସେ ସମ୍ପର୍କ ମଣି 

ସତ୍ୟ ନ୍ୟାୟ ସାଥେ ବାନ୍ଧିଲେ ସମ୍ପର୍କ 

    ଭବିଷ୍ୟତ ହେବ ଗୁଣି । ୨


ମାଟି ସାଥେ ମେଘ ରହିଛି ସମ୍ପର୍କ 

    ନୁହଁଇ ସେଇଟି ତୁଚ୍ଛ 

ସଂସାର ମଙ୍ଗଳେ ଅପୂର୍ବ ସେ' ଦାନ 

   ପବିତ୍ର ଆଉ ସେ ସ୍ବଚ୍ଛ । ୩


ଜହ୍ନ ସାଥେ କଇଁ ସମର୍ପଣେ ବନ୍ଧା 

   ତୁଚ୍ଛ ନୁହଁଇ ସେ ସମ୍ପର୍କ

ଭକତର ମନେ ବିଭୁ ପଦ ସେବା 

   ସ୍ବଚ୍ଛ ସମ୍ପର୍କ ଯଥାର୍ଥ । ୪


ସଂସାର ଜଞ୍ଜାଳେ ରହୁ ଏ ଶରୀର 

     ପଦୁଅଁ ପତରେ ପାଣି  

ସ୍ବାର୍ଥ ସାଥେ ଥିଲେ ମନର ସମ୍ପର୍କ 

    ତୁଚ୍ଛ ସମ୍ପର୍କ କାହାଣୀ । ୫


Rate this content
Log in