STORYMIRROR

Santosh Pattnayak

Others

3  

Santosh Pattnayak

Others

ଚରଣେ ଶରଣ ଦିଅ

ଚରଣେ ଶରଣ ଦିଅ

1 min
213

ସୁଖ ସାଗରରୁ ମୁକୁତା ସାଉଁଟି 

 ହେଲି ଯାହା ହୀନିମାନ

ବହୁ ଦିନ ଆଶା ହୁଅଇ ନିରାଶା

  ତୁଚ୍ଛ ଲାଗଇ ଜୀବନ

  ଗୁରୁ ଦିଅ ଦିବ୍ୟ ଜ୍ଞାନ 

ତୁମ୍ଭ ଜ୍ଞାନାଲୋକେ ଜଳିଯାଉ ସବୁ 

  ମୋର ଅହଙ୍କାର ମାନ ...୦


ସୁଖ-ଶାନ୍ତି ହେଲା ସାତସପନ ମୋ'

 ଶେଷେ ଗୁରୁ ତୁମେ ସାହା

କାହାକୁ କହିବି କିଏ'ବା ଶୁଣିବ 

  କର୍ମକୁ ନିନ୍ଦଇ ଯାହା

  ଗୁରୁ କର ତୁମ୍ଭେ ଦୟା

ଦୟା ପରସାଦେ ହଟୁ ପରମାଦ 

  ଛାଡୁ ଏ' ସଂସାର ମାୟା ...୧

   


କେତେ ଯେ ଶୁଣିଲି ତୁମ୍ଭ ଯଶ କୀର୍ତ୍ତି 

   ସଦଗୁରୁ ପରଂବ୍ରହ୍ମ 

କିଞ୍ଚିତ ସହାୟ ହୁଅ ବାରେ ଗୁରୁ 

  ବିନତୀ ମୋହର ଘେନ 

  ଦୂର ହେଉ ସବୁ ଭ୍ରମ 

ଜ୍ଞାନ ସଞ୍ଜିବନୀ ସିଞ୍ଚି ଦିଅ ବାରେ 

   ହସୁ ହୃଦ ଉପବନ ...୨


ସଙ୍କଟୁ ଉଦ୍ଧାରି ଢାଳ କୃପାବାରି

  ଚରଣେ ଶରଣ ଦିଅ

କର ଅଧିଷ୍ଠାନ ମୋ'ଚିତ୍ତେ ବହନ

   ଅଜ୍ଞାନତା ହରିନିଅ

   ଦିଅ ଭିନ୍ନ ପରିଚୟ 

ସଂସାର ମଙ୍ଗଳେ ତୁମ୍ଭରି ସନ୍ଦେଶ 

   ରହୁ ସଦା ପୂଜନୀୟ ... ୩



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍