STORYMIRROR

Santosh Pattnayak

Others

3  

Santosh Pattnayak

Others

ଆପଣା ଧର୍ମ

ଆପଣା ଧର୍ମ

1 min
170

ନ୍ୟାୟାଳୟ ନ୍ୟାୟେ ପରକିଆ ପ୍ରିତୀ 

   ହେଲା ଭାରତ ଭୂଷଣ 

ଗଣତନ୍ତ୍ର ରାଷ୍ଟ୍ରେ ବୃତ୍ତି ବ୍ୟବସ୍ଥାରେ 

   ଶ୍ରେଷ୍ଠ କାଳେ ବେଶ୍ୟା କର୍ମ 

     ଦେଖ ବିଚାରର ମର୍ମ 

ସଂସ୍କୃତି ସଂସ୍କାରେ ଭାରତୀୟ ଶିକ୍ଷା 

    ଖୋଜୁଛି ଆପଣା ଧର୍ମ .....


ଆପଣା ସଂସ୍କୃତି ପୂଜା ଉପବାସେ

    ହାସ୍ୟ ଉପହାସ ଭଣି 

ତୁଚ୍ଛା ବଡ଼ପଣେ ନିଜ ଜ୍ଞାନ ନିଜେ 

    ବାଣ୍ଟନ୍ତି ଥୋକାଏ ଗୁଣୀ 

     କଟାକ୍ଷ ବୀଜକୁ ଭଣି 

ସବୁରି ମନରେ ପାଶ୍ଚାତ୍ୟ ବ୍ୟବସ୍ଥା 

      ମରମ ଦେଲାଣି ହାଣି ..... 


ଧନ୍ୟ ନ୍ୟାୟପାଳ ଧନ୍ୟ ସମ୍ବିଧାନ 

    ଧନ୍ୟ ହେ' ବିଚାରପତି 

ସ୍ବର୍ଣ୍ଣାକ୍ଷରେ ଏବେ ଲିପିବଦ୍ଧ ହବ 

     ତବ ଗୁଣ ଯଶଃକୀର୍ତ୍ତି 

     ଲୋଭମାୟା ରାଜନୀତି 

ମନେ ରଖିଥାଇ ବିଚାର କାଳରେ 

      ନ୍ୟାୟକି ପାଇବ ଗତି .... !


     


Rate this content
Log in