ଦୁର୍ଗତି ନାସିନୀ
ଦୁର୍ଗତି ନାସିନୀ


ଦୁର୍ଗତି ନାସିନୀ ଦୁଃଖ ବିନାଶନୀ
ଦଶ ହତି ଆଣି ମାଆ
ଜୟ ଜୟ ମାତ ଜୟ ଗୋ ଜନନୀ
ଶାର୍ଦ୍ଦୂଳ ବାହିନୀ ମାଆ ।
ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି
ପାପ ସଂହ।ରିନୀ ତୁଲୋ
ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି
ଆସିଛି ଶରଦ କାଳ ।
ତୋରଣ ମାଳା ରେ ଦିଶେ ଝଲ୍ ମଲ
ବିଜୟ କରିବୁ ମାତ
ମହିଷ ଅସୁର ନାଶି ଜଗତ ର
ସାଧିବୁ ଅଶେଷ ହିତ ।
ନାନା ପ୍ରକାର ରେ ଆଲୋକ ମାଳା ରେ
ମେଢ଼, ମଣ୍ଡପ , ଓ ମୂର୍ତ୍ତି
ସୁସର୍ଜିତ ହୋଇ ଦିଶେ ଅନୁପମ
ବର୍ଦ୍ଧନ କରାଇ କାନ୍ତି ।
ପବିତ୍ର ଉତ୍ସାହ ଶକତି ଧାରଣ
କରି ଏବେ ଜନ ମନ
ଦିବ୍ୟ ଚେତନା ରେ ନବ ପୁଲକ ରେ
ହୋଇ ଉଠଇ ତର୍ଲ୍ଲିନ ।