ମୁଁ ସିଗାରେଟ
ମୁଁ ସିଗାରେଟ


ଧୁଆଁ ପିଇବାକୁ ଭାରି ମଜା ଲାଗେ
ମୋ ଦେହରୁ ଟାଣି ଟାଣି ,
ମୃତ୍ୟୁ ଦୂତ ମୁଁ ଯେ ଆନ କିଛି ନୁହେଁ
ଏକଥା ରଖିଥା ଜାଣି ।
ସମାଜ ପାଇଁକି ମୁଁ ଅଟେ କଳଙ୍କ
ଶୀଘ୍ର କରେ କବଳିତ ,
ମୋ ଫାସରେ ଯିଏ ପଡିଗଲା ଥରେ
ହୁଏନା ସେ ମୁକୁଳିତ ।
ମୋ ନିଶାରେ ଥାଏ ଏତେ ଉନ୍ମାଦନା
ଆକୃଷ୍ଟ କରେ ସଭିଙ୍କୁ ,
ସୁସ୍ଥ ସମାଜକୁ ଅସୁସ୍ଥ କରାଏ
ଜଳାଇ ଏ ଦୁନିଆଁକୁ ।
ଅକାଳ ବ୍ଯାଧିରେ ପୀଡିତ କରାଏ
ଅକାଳ ମୃତ୍ୟୁ ମୁଁ ଦିଏ,
ସୁସ୍ଥ ମଣିଷକୁ କଙ୍କାଳ ବନାଏ
ହୀନସ୍ଥା ମୁହିଁ କରାଏ ।
ମୋତେ ପାନ କରି ମଣିଷ ଜାତିଟା
ଫସିଯାଏ ଫଟାଫଟ୍ ,
ମୁହିଁ ଯେ ଅଟଇ ନରକର ଦ୍ବାର
ନାମ ମୋର ସିଗାରେଟ।