STORYMIRROR

Baijayantimala Rout

Classics

3  

Baijayantimala Rout

Classics

ଆଦି କବି ଶାରଳା ଦାସ

ଆଦି କବି ଶାରଳା ଦାସ

1 min
214


ଉତ୍କଳ ମାଟିର ହେ ମହାମାନବ

ସିଦ୍ଧେଶ୍ବର ଜନ୍ମ ନାମ,

ଜଗତସିଂହପୁର ତେନ୍ତୁଳିପଦା ଯେ 

ଅଟଇ ତୁମରି ଗ୍ରାମ।

ଓଡ଼ିଆ ଭାଷାର ବଳିଷ୍ଠ ସାଧକ

ଧର୍ମ ପୁରାଣ ରଚିଲ ,

ମହାଭାରତକୁ ଓଡ଼ିଆରେ ଲେଖି

ଯଶ କୀର୍ତ୍ତି ରଖିଗଲ ।

ସ୍ବୟଂ ମୂର୍ଖ ଭାବି ପୁରାଣ ଲେଖିଲ

ସାରଳା ମାଆ କୃପାରେ ,

ସାରଳା ମାଆଙ୍କ ଗୁଣ ଗାନ କଲ 

ସୁନ୍ଦର ଏଇ ସଂସାରେ ।

ଶୁଦ୍ରମୁନି ତୁମେ ଆଦିକବି ତୁମେ

କେତେ ଯେ ନାମ ତୁମରି ,

ଶ୍ରୀ ରାମାୟଣ ଚଣ୍ଡୀପୁରାଣ ଓ

ମହାଭାରତ ବିସ୍ତାରି ।

ଧନ୍ଯ ତୁମେ ଅଟ ବାଗ୍ଦେବୀ ସୁତ

ଜନମି ଶୁଦ୍ର କୂଳରେ ,

ଯୁଗେ ଯୁଗେ ତୁମେ ଆଦିକବି ରୂପେ

ଅକ୍ଷୟ ଏଇ ସଂସାରେ ।


Rate this content
Log in

Similar oriya poem from Classics