STORYMIRROR

Baijayantimala Rout

Abstract

3  

Baijayantimala Rout

Abstract

ମୁଁ ପୁସ୍ତକ

ମୁଁ ପୁସ୍ତକ

1 min
202


ଜ୍ଞାନର ଭଣ୍ଡାର ସୃଷ୍ଟିର ସମ୍ଭାର

ବିଦ୍ଯା ଦାନ ମୋର କାମ,

ଜ୍ଞାନାମୃତ ମୁହିଁ ସର୍ବକଣ୍ଠେ ଦିଏ

ପୁସ୍ତକ ଅଟେ ମୋ ନାମ।

ଅଜଣା କଥାକୁ ସହଜେ ବୁଝାଏ

ସଭିଙ୍କର ମନ ଜାଣି,

ଭାଷା ଇତିହାସ ବିଜ୍ଞାନ ଗଣିତ

ସମସ୍ତ ଜ୍ଞାନର ମଣି ।

ଅତୀତର ଗାଥା ଗାଉଥାଏ ମୁହିଁ

ଇତିହାସ ପୃଷ୍ଠା ପରେ ,

ଗଳ୍ପ ଉପନ୍ଯାସ କାବ୍ଯ ଓ କବିତା

ଭରିଛି ମୋର ଭିତରେ ।

ବଞ୍ଚିବାର ରାହା ଶିଖାଏ ସଭିଙ୍କୁ

ପଥରେ ପୁଷ୍ପ ବିଛାଏ,

ସଂସ୍କାର ସତ୍ଯତା ଶିଖାଇଥାଏ ମୁଁ

ଜ୍ଞାନାଲୋକ ମୁଁ ଦେଖାଏ ।

ଅମାପ ସାଗର ଭରିଛି ମୋ ଦେହେ

ମୁର୍ଖ ବି ହୁଏ ପଣ୍ଡିତ ,

ଜୀବନର ପଥ ବଦଳାଇ ଦିଏ

ଜ୍ଞାନକୁ କରେ ଉନ୍ନତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract