ଦିବ୍ଯ ଦୃଷ୍ଟି
ଦିବ୍ଯ ଦୃଷ୍ଟି


ଦିବ୍ଯ ଦୃଷ୍ଟି ତୁମ ଅଛି ବୋଲି ପ୍ରଭୁ
ପାର ତୁମେ ସବୁ ଦେଖି ,
ବିଶ୍ବ ବ୍ରହ୍ମାଣ୍ଡକୁ ଚଳାଉଛ ତୁମେ
ଭଲ ମନ୍ଦକୁ ପରଖି ।
ଅର୍ଜୁନଙ୍କୁ ଦେଲ ଦିବ୍ଯଦୃଷ୍ଟି ତୁମେ
ଦେଖିଲେ ସେ ବିଶ୍ବରୂପ ,
ସେତିକି ସୌଭାଗ୍ୟ ଦେଲ ତୁମେ ତାଙ୍କୁ
ଜାଣିଲେ ତୁମ ସ୍ବରୂପ ।
ଦିବ୍ଯଦୃଷ୍ଟି ବଳେ ସଞ୍ଜୟ ଦେଖିଲେ
ମହାଭାରତର ପର୍ବ ,
ଧୃତରାଷ୍ଟ୍ର ଆଗେ ବଖାଣୁଥିଲେ ସେ
ଯୁଦ୍ଧର ବାରତା ସର୍ବ ।
ଅସାଧ୍ୟ ସାଧନ କରନ୍ତି ଯେ ପୁଣି
ମୁନି ଋଷି ଗଣ ଯେତେ,
ଦିବ୍ଯଦୃଷ୍ଟି ତାଙ୍କ କରନ୍ତି ଉନ୍ମୁକ୍ତ
ଜନ କଲ୍ଯାଣର ହିତେ ।
ଏ ମାନବ ପାଶେ ନାହିଁ ଦିବ୍ଯଜ୍ଞାନ
ନାହିଁ ଯେ ଦିବ୍ଯ ଚେତନା
କଳିର କଳୁଷ ଦେହେ ବୋଳି ହୋଇ
ସର୍ବେ ହୋନ୍ତି ଆନମନା ।
ତୁମ ଦିବ୍ଯଦୃଷ୍ଟି ଦିଅ ପ୍ରଭୁ ଥରେ
ମାନବ ସମାଜେ ଭରି ,
ଦିବ୍ଯ କର୍ମ କରି ଦିବ୍ଯ ଜ୍ଞାନ ଧରି
ଭବୁ ହୋଇଯିବେ ପାରି ।