ସ୍ବାସ୍ଥ୍ୟ ସଚେତନତା
ସ୍ବାସ୍ଥ୍ୟ ସଚେତନତା


ସ୍ବାସ୍ଥ୍ୟ ହିଁ ସମ୍ପଦ ଜାଣିଛେ ସଭିଏଁ
ଏକଥା ନୁହଁଇ ମିଛ ,
ସ୍ବାସ୍ଥ୍ୟ ଠାରୁ ବଡ଼ ଧନ କାହିଁ ନାହିଁ
ସ୍ବାସ୍ଥ୍ୟ ପାଶେ ସବୁ ତୁଛ ।
ନିଜ ଶରୀରକୁ ଭଲପାଅ ଯେବେ
ସ୍ବାସ୍ଥ୍ୟର ନିଅ ଯତନ ,
ସମାଜ ପାଇଁ କି ହୁଅ ଦିଗଦର୍ଶକ
ହୁଅ ନିଜେ ସଚେତନ ।
ନିଜେ ବଦଳିଲେ ଦେଶ ବଦଳିବ
କାଳେ କାଳେ ଏହା ସତ ,
ଗୁଣ୍ଡୁଚି ମୂଷାଟେ ହୋଇବାରେ ଆମେ
ଦେଖିବ ସାରା ଜଗତ ।
ନିଜ ଅଭ୍ଯାସକୁ ବଦଳାଇ ଦେବା
ବଞ୍ଚିବା ସୁସ୍ଥ ଜୀବନ ,
ଆଖି ଥାଇ ଅନ୍ଧ ହେବାନାହିଁ ଆମେ
ହେବାନି ସର୍ବେ ଅଜ୍ଞାନ ।
ସ୍ବଛ୍ଛତା ନିୟମ ପାଳିବା ସଭିଏଁ
ଗଢିବା ସମୃଦ୍ଧ ଦେଶ ,
ସୁବର୍ଣ୍ଣ ଭାରତ ଗଢିବା ଆମେରେ
ମୁଖରେ ଫୁଟାଇ ହସ ।
ହାତ ସାଥେ ହାତ ମନ ସାଥେ ମନ
ମିଶାଇ କରିବା କର୍ମ ,
ସ୍ବାସ୍ଥ୍ୟ ସଚେତନ ସଭିଙ୍କୁ କରାଇ
ବୁଝିବା ଏହାର ମର୍ମ ।