Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baijayantimala Rout

Abstract Inspirational

4  

Baijayantimala Rout

Abstract Inspirational

ଗଣତନ୍ତ୍ର ଦିବସ

ଗଣତନ୍ତ୍ର ଦିବସ

1 min
858


ସ୍ବାଧୀନତା ଆମେ ପାଇଗଲୁ ସିନା

ପାଇଲୁନି ସମାନତା,

ହୋଇବ କିପରି ଦେଶର ଶାସନ 

ମୁଣ୍ଡରେ ପଶିଲା ଚିନ୍ତା ।


ଆମ୍ବେଦକରଜୀ ଲେଖି ସମ୍ବିଧାନ 

କଲେ ଆଇନ କାନୁନ ,

ସମ୍ବିଧାନ ଆମ ହେଲା କାର୍ଯ୍ୟକାରୀ 

ଛବିଶି ଜାନୁଆରୀ ଦିନ ।


ସେହିଦିନଠାରୁ ଆମରି ଶାସନ 

ଆମରି ହାତରେ ନେଲୁ ,

ଗଣତନ୍ତ୍ର ଆମେ ପାଇଗଲୁ ବୋଲି 

ଖୁସିରେ ପାଗଳ ହେଲୁ ।


ଭୋଟ ଦେଇଣ ନେତାଙ୍କୁ ବାଛିଲୁ 

ଦେଶ ଚଳାଇବା ପାଇଁ ,

ଛାଡି ନିଜ ସ୍ବାର୍ଥ ଦେଶ ହିତ କାର୍ଯ୍ୟ 

କରିବେ କରତା ହୋଇ ।


ତେସ୍ତରି ବରଷ ହୋଇଲା ପୁରଣ 

ପାଇବାର ସ୍ବତନ୍ତ୍ରତା ,

ତଥାପି ଏ ମନେ ଉଠେ ଆଜି ପ୍ରଶ୍ନ

ଏହା କ'ଣ ସ୍ବାଧୀନତା ।


ଏବେବି ସରିନି ଦୁଃଖୀର ଦୁର୍ଦ୍ଦଶା

ଆଖିରୁ ଝରାଏ ଲୁହ ,

ତେଲିଆ ମୁଣ୍ଡରେ ତେଲ ଢଳା ହୁଏ 

ଗରିବ ଚାପଇ କୋହ ।


ଏବେ ବି କାନ୍ଦୁଛି ନଗଡା ପରିକା 

ଗ୍ରାମ ଅଛି ଯେତେ ଯେତେ,

ଅଖାଦ୍ଯକୁ ଖାଇ ଦିନ ସେ ବଞ୍ଚଇ ଧ

ଭୋକରେ ବିକଳେ ସତେ ।


ପାଇବାକୁ ପୁଣି ପୂର୍ଣ୍ଣ ଗଣତନ୍ତ୍ର 

ଆକୁଳେ ରହିଛି ଚାହିଁ ,

କେବେ କେଉଁଦିନ ସୁଖର ସକାଳ 

ଆସିବ ପାଖକୁ ଧାଇଁ ।


ଆସ ମିଳିମିଶି କରିବା ଶପଥ

ଦୁର୍ନୀତି ଦେବା ହଟାଇ ,

ଗରିବ ମୁଖରେ ହସ ଫୁଟାଇବା 

ହାତେ ହାତ ଛନ୍ଦି ଦେଇ ।


Rate this content
Log in