ହେ ନାରୀ
ହେ ନାରୀ


ହେ ନାରୀ ,
ମହନୀୟା ତୁମେ ବନ୍ଦନୀୟା ତୁମେ
ଜାୟା, ଜନନୀ ,ଭଗିନୀ,
ତୁହି ଦୁର୍ଗା ପୁଣି ତୁହି କାତ୍ଯାୟିନି
ତୁହି ଶକ୍ତି ସ୍ବରୂପିଣୀ ।
ହେ ନାରୀ ,
କେବେ ଯଜ୍ଞରୁ ସମ୍ଭୁତା ଯାଜ୍ଞସେନୀ ତୁମେ
କେବେ ତୁ ସାଜୁ ବସୁଧା ,
ସତୀ ସୀତା ହୋଇ ଅଗ୍ନିରେ ଜଳିଛୁ
କେବେ କୋମଳାଙ୍ଗୀ ରାଧା ।
ହେ ନାରୀ
କେବେ ତୁ କାହାର ମନର ମାନସୀ
କେବେ ତୁ ଅଭିମାନିନୀ ,
ସାଜିପାରୁ ତୁହି ପ୍ରାଣର ପ୍ରେୟସୀ
କାହାର ତୁ ଅର୍ଦ୍ଧାଙ୍ଗିନୀ ।
ହେ ନାରୀ ,
ତଥାପି ପାଇଛୁ ପରିଚୟ ପୁଣି
ଦୁଷ୍କର୍ମ ପିଡୀତା ହୋଇ
କେବେ ତୁ ଭିଜାଉ ନୟନ ଯୁଗଳ
କୁଳଟାର ଆଖ୍ଯା ପାଇ ।
ହେ ନାରୀ
ସକଳ ସହିଷ୍ଣୁ ଶକ୍ତିମୟୀ ତୁହି
କରିନାହୁଁ ପ୍ରତିବାଦ ,
ସ୍ନେହମୟୀ ପ୍ରେମମୟୀ ତ୍ଯାଗମୟୀ
ହାରିନୁ ଜୀବନ ପଥ ।