ଜୟ ମାଆ ସରସ୍ବତୀ
ଜୟ ମାଆ ସରସ୍ବତୀ


ଜୟ ମାଆ ସରସ୍ବତୀ ହଂସ ବାହିନୀ
କରରେ ଶୋଭିତ ବୀଣା ପଦ୍ମ ଆସନୀ
ବିଦ୍ଯା ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ଵତୀ,
ସଦାବେଳେ ଶ୍ବେତ ବସ୍ତ୍ର ଧାରଣ କରନ୍ତି
ଅଜ୍ଞାନ ଅନ୍ଧକାରକୁ କରୁ ଦୂରୀଭୂତ,
ପରିବ୍ଯାପ୍ତ ତୁହି ମାଗୋ ଏ ସାରା ଜଗତ
ହସ୍ତରେ ବୀଣା ପୁସ୍ତକ ସ୍ଫଟିକର ମାଳ,
କୁନ୍ଦଫୁଲ ଚନ୍ଦ୍ରମା ମାଆ ବର୍ଣ୍ଣ ଧବଳ
ତୋ ଆଶିଷେ କାଳିଦାସ ହୋଇଲା ପଣ୍ଡିତ
ପୁଣି କେତେ କବିବର ହୋଇଲେ ବିଖ୍ୟାତ
ଶାରଳା ଦାସ ଯେ ପୁଣି ଲଭି ତୋ କରୁଣା ,
କେତେ କେତେ ଗ୍ରନ୍ଥ ସେହୁ କରିଲେ ରଚନା
ମୁକ ସତେ କଥା କହେ ତୋ ଆଶିଷ ପାଇଁ ,
ଜିହ୍ବା ଅଗ୍ରେ ଥାଇ ତୁମେ ପଦ ଦିଅ କହି
ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀର ତିଥି ,
ଶିକ୍ଷାନୁଷ୍ଠାନରେ ପୂଜା କରନ୍ତି ବିଦ୍ଯାର୍ଥୀ
ଶାରଦା ବରଦା ତୁହି ମାଆ ବୀଣାପାଣି ,
ଜ୍ଞାନ ଦାତ୍ରୀ ବିଦ୍ଯା ଦାତ୍ରୀ ତୁହି ମା' ଜନନୀ
ତୋ ଚରଣ ତଳେ ମୋଗୋ କରୁଛି ବୀନତି
ଆଶିଷ କର ପ୍ରଦାନ ମାଆ ସରସ୍ବତୀ
କଣ୍ଠେ ମୋର ରହି ମାଆ କହିଦିଅ ପଥ ,
ସତପଥେ ଚାଲିବି ମାଆ କରୁଛି ଶପଥ ।