STORYMIRROR

Baijayantimala Rout

Abstract Romance

4  

Baijayantimala Rout

Abstract Romance

ଲାଗିଛି ପ୍ରେମର ଡେଣା

ଲାଗିଛି ପ୍ରେମର ଡେଣା

1 min
290

ଆଖିରେ ଆଖିରେ ପ୍ରେମ ହେଇଗଲା

ପାରିଲିନି କେବେ ଜାଣି,

ହୃଦୟ ମୋହର କାହିଁ ହଜିଗଲା

ପାରିଲିନି ତାକୁ ଆଣି ।


ପ୍ରେମର ଫଗୁଣ ଛୁଇଁ ଯାଏ ଯେବେ

ମନ ହୁଏ ଆନମନା,

ହୃଦୟେ ମୋହର ସେତିକି ଲାଗିଛି 

ପ୍ରେମ ପକ୍ଷୀର ସେ ଡେଣା ।


ରାତି ରାତି ପୁଣି ରୁହେ ଉଜାଗର

ଏ କି ହୋଇଗଲା ମୋର ,

ମନ ମୋର ଆଜି ଲାଗୁନାହିଁ କାହିଁ

ଏହା କି ରଙ୍ଗ ପ୍ରେମର ।


କେବେ ତୁମେ ଆସ ରାତ୍ରିର ସ୍ବପ୍ନରେ

କେବେ ଗୋଧୂଳି ସଞ୍ଜରେ,

କେବେ ପୁଣି ତୁମେ ସ୍ମୃତି ହୋଇ ଆସ

ପ୍ରୀତି ଭରା ହୃଦୟରେ।


ଶୀତୁଆ ସକାଳେ ଛୁଇଁ ଯାଏ ଯେବେ

ତୁମରି ପ୍ରେମର ଛୁଆଁ,

ଜ୍ଯୋତ୍ସ୍ନା ଭରା ରାତି ଲାଗେ ଏକା ଏକା

ଦେହରେ ଲାଗଇ ନିଆଁ ।


ସବୁବେଳେ ଆସ ସପନରେ ତୁମେ

ବାସ୍ତବେ କେବେ ଆସିବ ,

ତୁମରି ପଥ ମୁଁହିଁ  ରହିଥିବି ଚାହିଁ

ସପ୍ରେମେ କୋଳେଇ ନେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract