ପୂଣ୍ୟ ଦେବ ଭୁମି
ପୂଣ୍ୟ ଦେବ ଭୁମି


ଯେଉଁ ମାଟି ଛୁଇଁ ଜନମ ଲଭିଲି
ସେଇ ମୋ ଜନମ ଭୁଇଁ ,
ଯା ପାଣି ପବନେ ଦେହ ମୋର ଗଢା
ସେଇ ମୋ ସବୁଜ ଭୁଇଁ ।
ସୁଜଳା ସୁଫଳା ଶସ୍ୟ ଶ୍ଯାମଳାରେ
ଭରା ମୋର ମାଟି ମାଆ ,
ହିମାଳୟ ଯାର ମୁକୁଟ ସାଜିଛି
ଦିବ୍ଯ ଚେତନାର ରାହା ।
ପୂଣ୍ୟ ଗଙ୍ଗା ଜଳ ପାଦ ଧୌତ କରେ
ଧରଣୀ ମାତାର ମୋର ,
ସୁନାର ଫସଲ ହସି ଉଠେ ଏଠି
ଭରିଛନ୍ତି କେତେ ବୀର ।
କେତେ ଯାନିଯାତ କେତେ ପୂଜା ପର୍ବ
ଭରିଛି ହୃଦୟେ ଯାର ,
ଶାନ୍ତି ମୈତ୍ରୀ ପ୍ରୀତି ଧ୍ବଜା ଉଡୁଥାଏ
ଜନମ ଭୁଇଁରେ ମୋର ।
କେତେ ପୁଣ୍ଯ ତୀର୍ଥ ଭରିଛି ତା ଦେହେ
କେତେ ଯେ ଝରେ ଝରଣା ,
ସେହି ଅଟେ ମୋର ପୁଣ୍ଯ ଦେବ ଭୂମି
ଭାରତ ତାହାର ନାଆଁ।