STORYMIRROR

Debabrata Mishra

Abstract Inspirational

4  

Debabrata Mishra

Abstract Inspirational

ପରାଧୀନ

ପରାଧୀନ

2 mins
396


ପରର ଅଧୀନ ପରାଧୀନ ଆମେ ଆଜି ସ୍ୱାଧୀନତା ପାଇ

କେବେ ମଦର ଅଧୀନ କେବେ ମାଂସର ଅଧୀନ

କେବେ ଟଙ୍କିକିଆ ଚାଉଳ ଓ ପାଞ୍ଚ ଟଙ୍କିଆ ର ଅଧୀନ,

ଅଧିକାରଠୁ ଦୂର ସୁରକ୍ଷାରୁ ବଞ୍ଚିତ ଲାଞ୍ଛିତ ନିଷ୍ପେଷିତ

ଅପ୍ରିୟ ସତ୍ଯ ଏ ପାଞ୍ଚବର୍ଷିଆ ମିଛ ଗଣତନ୍ତ୍ର ର ଅଧୀନ,

ସ୍ୱାଧୀନତା ମାତ୍ର ସୁନ୍ଦର ଶବଦ ଖବର କାଗଜ ଓ ପତ୍ରରେ

ବିରୋଧହୀନ ପ୍ରତିବାଦଶୂନ ସାହସଶୂନ୍ୟ ଏ ଜୀବନ

ଅତଏବ ଆମେ ଏବେ ବି ଅନେକାଂଶରେ ପରାଧୀନ...।(୧)

ସ୍ୱାଧୀନତା. ! ନା କହିବାରେ ନା ଲେଖିବାରେ ନା ଗାଇବାରେ

ସବୁ ଆମେ ନିଶାର ଅଧୀନ ସ୍ୱାର୍ଥର ଅଧୀନ ଦାରିଦ୍ର୍ଯ ଅଧୀନ

କାହାପାଇଁ ରୋଜଗାର ନିଶା ନାରୀ ନିଶା ପଦକ୍ଷମତାର ନିଶା

ଜାତିପ୍ରଥାର ବାଡ଼ିଧରି ରିଙ୍ଗ ମାଷ୍ଟର ଗଣତନ୍ତ୍ର ବାଘକୁ ନଚାଏ

ଆମେ ଭୋଟ ପୂର୍ବର ଭୋଜିନିଶାରେ ନାଚଦେଖୁ

ଦିନେ ନୁହେଁ ମାସେ ନୁହେଁ ପାଞ୍ଚବର୍ଷିଆ ମହାନାଟକର ଅଧୀନ,

ଆମେ ଅଜଣା ସବୁ ଜାଣିଶୁଣି ଆମେ ହିଁ ନାଟକର ମୁଖ୍ଯ ଅଙ୍ଗ

ଆମେ ବିକଳ୍ପର ଅଧୀନ ଗଣମାଧ୍ୟମ ର ଟଙ୍କାଦିଆ ଖବରର ଅଧୀନ,

ଭୋଟ ଦେଲାପରେ କହୁ ଯେତେ କଷଣ ସବୁ ବିଧିର ବିଧାନ

ଆମେ କଳୁଷିତ କୁଶିକ୍ଷାର ଅଧୀନ ମିଛ ପ୍ରତିଶ୍ରୁତି ର ଅଧୀନ

ଅତଏବ ଆମେ ଆଜି ବି ଅନେକମାତ୍ରାରେ ପରାଧୀନ... ।(୨)

ସେହି ୭୫ ବର୍ଷତଳର ପୁରୁଣା ସମ୍ବିଧାନର ଅଧୀନ

ଆମେ କିଛି ନିୟମରେ ଏବେ ବ୍ରିଟିଶ ରାଜ୍ ର ଅଧୀନ,

ଆମ ଭିତରୁ କିଛି ସ୍ୱାଭିମାନର ଅଧୀନ ବିବେକର ଅଧୀନ

ଆଉ ଅନେକ ବୁଲେଟ୍ ଗାଡ଼ିରେ ବସି ବିପିଏଲ୍ ର ଅଧୀନ

ପାଞ୍ଚତାଲା କରି ଚାରିଚକିଆ ର ଚକଚକ୍ ରଙ୍ଗେ ଏପିଏଲର ଅଧୀନ,

ପ୍ରତିଦିନ ପ୍ରତି ମୁହୁର୍ତ୍ତରେ ଗୁପ୍ତ ମନ୍ତ୍ରଣା ହୁଏ ସବୁଦଳ ନେତାଙ୍କ

ସବୁଦିନ ଷଡ଼ଯନ୍ତ୍ର ଚାଲେ ଜନତାକୁ ବୋକା ବନାଇବାର

ଗରୀବ ତିଆରି ମୂର୍ଖ ଗୁଣ୍ଡା ମଦୁଆ ତିଆରି କାରଖାନା ନିର୍ମାଣର,

ଆମେ କିନ୍ତୁ ଯୁବକ ପବ୍ଜୀ ଖେଳୁ ସ୍ନାକସ୍ ଧରି ଆପିଏଲ ର ଅଧୀନ

ଅର୍ଥାତ୍ ଆମେ ସବୁ ପରାଧୀନ ଭିନ୍ନ ଭିନ୍ନ ରଙ୍ଗର ଶିକୁଳି ରେ

ଅତଏବ ଆମେ ସବୁ ପରାଧୀନ ଅବିଚାରର ଅଧୀନ ପରାଧୀନ.. ।।(୩)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract