STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ତିନୋଟି କବିତା

ତିନୋଟି କବିତା

1 min
26

#ମାଟି

ସବୁ ସହିବି ନୀରବରେ ନିଶବ୍ଦରେ
ଏକାନ୍ତରେ ଅକ୍ଳାନ୍ତରେ ସମସ୍ତେ ମୋର ନିଜର
ରକ୍ତ ଦେବି, ଲୁହ ଦେବି ଓ ନିଆଁ ଦେବି
ଜଳ ଦେବି, ତୈଳ ଦେବି ଓ ମୂଳ ଦେବି
ଯେତେ ଦିଅ ପଛେ ମୋତେ
କଳ, ମଳ ଆଉ ବିଷ ମୁଁ ସବୁ ନେଇଯିବି।

#ପତ୍ର

ମୋତେ ଗୋଟାଇଲେ ଗଢ଼େ ଜୀବନ
ମୋତେ ବିକି ଦେଇ ବୁଣେ‌ ସପନ
ମୋ' ଛାତିରେ ଲେଖନ୍ତି ପ୍ରେମର ସର୍ବନାମ
ମୁଁ ବାସି ହେଲେ ବି ତୁଳସୀ
ମୋତେ ତୁଣ୍ଡରେ ଦେଲେ ରୋଗ ନାଶ
ମୁଁ ଔଷଧ ହୋଇ ଦିଏ ଜୀବନ
ମୋତେ ନିଶା ସଜାଇଲେ ନାଶେ ପ୍ରାଣ।

#ପାହାଡ଼

ମୋ' କୋଳରୁ ଝରଣା ଛଡାଇନେଲ
ମୋ' କୋଳରୁ ଜଙ୍ଗଲ ଛଡ଼ାଇ ନେଲ
ଲୁହ ମୋର ଭସାଉଛି ତୁମକୁ ଭୀଷଣ ହୋଇ
ଯନ୍ତ୍ରରେ ଯନ୍ତ୍ରଣା ଦେଉଛ ନିତିଦିନ
କାନ୍ଦିବାକୁ ଚାରା ନାହିଁ ମୋର
ମୋ' ପିଲାମାନେ ମୋ' ଛାତିରେ କରୁଛନ୍ତି ଘର
କାହାକୁ ଦୋଷ ଦେବି କାହିଁକି
ବାପା ପରା ମୁଁ କେମିତି ଦେବି ଅଭିଶାପ..!!

 ©® ଦେବବ୍ରତ ମିଶ୍ର
ତା ୦୪.୧୧.୨୦୨୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract