STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ଛଳନାର ଦୁନିଆ

ଛଳନାର ଦୁନିଆ

1 min
34

#କବିତା_ଯାହା_କହିହୁଏନି

 #ଛଳନାର_ଦୁନିଆ
 ***************
ଜନ୍ମର ଏନ୍ତୁଡ଼ିଠାରୁ ମୃତ୍ୟୁର ମଶାଣି ଯାଏ
ଗାଁ ର ପୋଖରୀ ଠାରୁ ସହରର ପାର୍କ ଯାଏ
ସବୁଠି ଦିଶୁଛି ଛଳନା, ଛଳନାର ଛଦ୍ମବେଶୀ ମଣିଷ ଶିଶୁକନ୍ୟାର ଆଗମନେ ଆନନ୍ଦର ପରିବେଶଠାରୁ ସମ୍ବିଧାନର ପ୍ରତି ପୃଷ୍ଠାରେ ସମାନତାର ଅଧିକାର ପର୍ଯ୍ୟନ୍ତ ସବୁଠି ଲୁଚିଛି ଛଳନା, ଛଳନାର ଅଦୃଶ୍ୟ ବତାସ,

ପ୍ରଗତିର ବାର୍ତ୍ତାଠାରୁ ଧର୍ମନିରପେକ୍ଷର ଘୋଷଣା ଯାଏ ଉଚ୍ଚର ତୁଚ୍ଛ ଅହଙ୍କାର ଠାରୁ ନୀଚ୍ଚର ରାଜନୀତି ଯାଏ
ସବୁରି ପଛରେ ଛଳନା, ଛଳନାର କଳା ଆକାଶ
ପୁରୁଷର ପୁରୁଷାର୍ଥ ଠାରୁ ଓ ନାରୀର ସତୀତ୍ୱ ପର୍ଯ୍ୟନ୍ତ ସ୍ୱାଧୀନତାର ଅର୍ଥଠାରୁ ସ୍ୱେଚ୍ଛାଚାରିତାର ସଂଜ୍ଞା ଯାଏ
ସବୁଠି ଛଳନାର ଦୁର୍ଗ, ସମାଜ ଆଖିରେ ବି ଛଳନା ଦୋଷ,

ଧାନର ସର୍ବନିମ୍ନ ମୂଲ୍ୟଠାରୁ ଦାନର ଦାତାଙ୍କ ସଂଖ୍ୟା ଯାଏ ରାଜନୀତିରେ ସେବାଠାରୁ ସେବକ ମାନଙ୍କ ବେପାର ଯାଏ ସବୁଠି ଛଳନା, ଛଳନାର ଦୁର୍ଗନ୍ଧରେ ଫାଟୁଛି ସାରା ବିଶ୍ୱ ସୁରକ୍ଷାର ବ୍ୟବସ୍ଥାରେ ଅସ୍ତ୍ରଶସ୍ତ୍ରଠାରୁ ଶାନ୍ତିର ନୋବେଲ ଯାଏ ଯୁଦ୍ଧ ନିଆଁ ଠାରୁ ଅହିଂସାର ତଥାକଥିତ ନୀତି ଯାଏ ସବୁଠି ଚଳଚଞ୍ଚଳ ଛଳନା, ପ୍ରକୃତି ଛାତିରେ ଛଳନାର ବିଷ।

©® ଦେବବ୍ରତ ମିଶ୍ର
ତା ୨୬.୧୦.୨୦୨୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract