STORYMIRROR

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

ଆତ୍ମବିଦ୍ରୋହର_ଅନ୍ତରାଳେ

ଆତ୍ମବିଦ୍ରୋହର_ଅନ୍ତରାଳେ

1 min
13

#ଆତ୍ମବିଦ୍ରୋହର_ଅନ୍ତରାଳେ
++++++++++++++++++

ସବୁଠି ଦୃଶ୍ୟମାନ ଅନଳର ଉତ୍ତାପ 
ସବୁଠି ମିଛ ଓ ଛଳନାର ପ୍ରତାପ
ଯେତେଯେତେ ତ୍ୟାଗର ପଥରେ ଦୁଇପାଦ
ସେତେସେତେ ଯାତନାର କଣ୍ଟକିତ ବନ
ଅନ୍ତରେ ଲୁହର ଶ୍ରାବଣର ଧାର
ବହିଃ ଜଗତରେ ଘୃଣା, ଅପମାନ ଅପବାଦ,

କେତେ ଯେ ସହିବ ଆଉ ଏ ମନ
କୋହର ପଥରେ ଗଢା ଭିନ୍ନ କୋଣାର୍କ 
ଏବେ ବି ହୃଦୟେ ନିହାଣର ଆଘାତ 
ମନର ମାଟି ବାରବାର ଲହୁଲୁହାଣ 
କାହାକୁ ଦୋଷ ଦେବାର ନା ଅଛି ଅଧିକାର
ନା କାହା କ୍ରିୟାର ପ୍ରତିକ୍ରିୟା ଦେବାର ଇଛା
କିଏ ବା ପଢିବ ସେ ଅଧମର ସମ୍ବାଦ,

ମଣିଷଟେ ବିଦ୍ରୋହ କରୁଛି ନିତିଦିନ 
ଆତ୍ମାର ବିନ୍ଦୁବିନ୍ଦୁରେ ଅକଥ୍ୟ ଯାତନା
ଆତ୍ମବିଦ୍ରୋହର ବହ୍ନିରେ ସ୍ୱୟଂ ହୁଏ ଦାହ
ପାପୀଟିଏ ବୋଧେ ହୋଇପାରୁନି ପାଉଁଶ
ମୁକ୍ତିଦିଅ ମୁକ୍ତିଦିଅ ମୋତେ ହେ ସମୟ
ଜଣେ ହିଁ ହାରୁଛି ସମସ୍ତଙ୍କ ବିଜୟ ପାଇଁ 
ଅସହାୟ କିଏ ଏଠି, କା‌ହିଁକି ସୃଷ୍ଟି ବିବାଦ..!

©® ଦେବବ୍ରତ ମିଶ୍ର 
ତା ୩୧.୦୫.୨୦୨୬
+++++++++++++++++


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract