STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

--କୋହର କଥନ--

--କୋହର କଥନ--

1 min
10

----#କୋହର_କଥନ----
°°°°°°°°°°°°°°°°°°°°°°
କୋହ ଯେବେ କଥା କହେ
ଥରହର ହୁଅଇ ଅନ୍ତର ପୃଥିବୀର ଇଲାକା
ଜର୍ଜରିତ ହୁଏ ଦରଦେ ମନର ସବୁ ଶାଖା
ଲୋମଟାଙ୍କୁରି ଉଠି ହୁଏ ନିଶବ୍ଦ ଭୂମିକମ୍ପ
ମୋହର ଅର୍ଥ ବଦଳିଯାଇ ହୁଏ ମୃତ୍ୟୁରୂପ,

କୋହ ଯେବେ କଥା କହେ
ଆପାଦମସ୍ତକ ରକ୍ତାକ୍ତ ‌ହୁଏ ରକ୍ତ ନ ବୋହି
ଯାତନାର ଲବଣ ସାଗର ଗର୍ଭେ ଝାସଦେଇ
ହୃଦୟ ନିର୍ଦୟ ହୋଇ ନିଜକୁ ଧିକ୍କାର କରେ
ବିବେକ ସ୍ଥିତପ୍ରଜ୍ଞ ହୁଏ, ଯାଏ ଆତ୍ମା ସନ୍ଧାନରେ,

କୋହ ଯେବେ କଥା କହେ
ବେଦନାର ବିନ୍ଦୁବିନ୍ଦୁରେ ନିର୍ମାଣ ହୁଏ ମସ୍ତିଷ୍କ
ତୃଷ୍ଣାର ଦେଶରେ ସବୁ ଜଳାଞ୍ଚଳ ହୁଏ ଶୁଷ୍କ
ନୟନର ମେଘନାଦରେ ଓଠେ ଦିଶେ ମୂକପଣ
କୋହର ସଜ୍ଞାରେ କବି ଅନ୍ତେ ମରେ କ୍ଷଣକ୍ଷଣ,

କୋହ ଯେବେ କଥା କହେ
ମନର ମଶାଣିରେ ବିନା କାଠେ ଆତ୍ମା ଜଳୁଥାଏ
ମଣିଷଟା କୋହକୁ ସମ୍ଭାଳି ଲୁହ ପିଇ ବଞ୍ଚିଯାଏ
ନିସ୍ୱାର୍ଥ ତ୍ୟାଗର ଅଗ୍ନି ସହ ନିତି ଖେଳ ଖେଳୁଥାଏ
ତରଳି ରାତିରେ ପୁଣି ଜୀବନ ସକାଳେ କଠିନ‌ ହୁଏ।

©® ଦେବବ୍ରତ ମିଶ୍ର
ତା ୧୨.୦୭.୨୦୨୬
°°°°°°°°°°°°°°°°°°°°°


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract