ଯେ ପକ୍ଷୀ ଉଡ଼େ ଯେତେ ଦୂର
ଯେ ପକ୍ଷୀ ଉଡ଼େ ଯେତେ ଦୂର
#ଯେ_ପକ୍ଷୀ_ଉଡ଼େ_ଯେତେଦୂର
°°°°°°°°°°°°°°°°°°°°°°°°°°°°°
ହୃଦୟ, ମନର ଶୁଖି ଯାଉଥିବା ମାଟି
ପ୍ରତିଦିନ ପ୍ରତିରାତି ହୁଏ ଥରହର
ଫଳ ସବୁ କର୍ମର, ଏ ତ ସମୟର ବିଚାର,
ନିଜ ଦୁଃଖ ନିଜ ଲୁହ ନିଜ କୋହ
ପ୍ରକୃତରେ ଏମାନଙ୍କୁ ଛାଡ଼ିଦେଲେ
ଏ ଚତୁର ଦୁନିଆରେ କେହି ନୁହଁ ସହଚର,
ଗଗନର ରଙ୍ଗ ଦେଖ ନିଇତି ବଦଳେ
ଭିନ୍ନ ରୂପେ ଦିଶେ ସିଏ ଦେଖ
ସବୁ
ସଞ୍ଜ, ସକାଳେ ଓ ଖରାବେଳେ,
ଉଡ଼ୁଥିବା ପକ୍ଷୀଟିଏ ଉଡ଼ୁଥାଏ ଯେତେଦୂର
ଡେ଼ଣା ଛାଡ଼ିଦେଲେ କିଏ ତା' ନିଜର
ଦେଖୁଛ ଟି ପ୍ରତିରୂପ ଏ ଛଳପୂର୍ଣ୍ଣ ସମାଜର,
ଆତ୍ମାଟିଏ କାନ୍ଦୁଥାଏ ହସିହସି ଓଠରେ
ଯିଏ ଦେଖେ ସିଏ କହେ ତାକୁ
ଦେଖ ତାକୁ ବଞ୍ଚିଛି ସେ ମଣିଷ ସୁଖରେ,
ଏ ଜୀବନଟା ଶୂନ୍ୟ ବନ୍ଧନର ମୋହ
ସୁନା ପଞ୍ଜୁରୀ ମଧ୍ୟରେ ନଥାଏ ଆନନ୍ଦ
ଯେତେ ହସରେଖା ବି ସବୁତକ ଲୁହରେ,
ବାବୁରେ ତୁ ସତ ଖୋଜୁଛୁ ସ୍ବାର୍ଥୀ ଏ ସମୟ
ଏଠି ଲୋକେ ଧୁଅନ୍ତି ମୁହଁ ମିଛ ସାବୁନରେ
ପୁନଶ୍ଚ ଧୋଇ ହୁଅନ୍ତି ସାଗରରେ ସ୍ନାନ ପରେ,
ପକ୍ଷୀ ବି ତ ମୁକ୍ତ ନୁହେଁ ପକ୍ଷୀ ଏକା ଜାଣେ
ମଣିଷ ଜାଣେନା ପକ୍ଷୀ ଆକାଶର ମୋହେ
ନୀରିହ ପକ୍ଷୀ ଘୁରେ ନିତି ମାୟାର ସଂସାରେ।
©® ଦେବବ୍ରତ ମିଶ୍ର
ତା ୨୩.୦୮.୨୦୨୫
