STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ଲୁହ ସହ ସମ୍ପର୍କ

ଲୁହ ସହ ସମ୍ପର୍କ

1 min
39

ଲୁହ_ସହ_ସମ୍ପର୍କ

ଏ ଲୁହ କେବେ ସାଜେ ବୋଉ ମୋର
ମୋତେ ବୁଝାଏ ସ୍ନେହର ମୂଲ୍ୟ
କେବେ ନିଏ କୋଳେଇ ମୋତେ
କେବେ କହେ ସେ ସମୟ ହିଁ ଶ୍ରେଷ୍ଠ
ଉଷ୍ମତାର ଆଉଁସାରେ ଗୀତ ଗାଇ ଶୁଆଇଦିଏ, (୧)

ଏ ଲୁହ ସାଜେ କେବେ ନନା (ପିତା) ମୋର
ଲୁହାପରି ଶକ୍ତ କରିଦିଏ ଏକାନ୍ତରେ
ହୃଦୟର ଯେତେ ବୋଝକୁ କାନ୍ଧରେ ନିଏ
କେବେ ସାହସର ସୈ।ଧ ହୋଇ ବାଟ ଦେଖାଏ
କେବେ ବିବେକ ବୃକ୍ଷରେ ଅମୃତ ଜଳ ଦିଏ, (୨)

ଏ ଲୁହ ସାଜେ କେବେ ଭାଇ ମୋର
କହେ ମୋତେ ଅଛି ତୋ' ପଛରେ‌ ମୁଁ
ଡରିବୁନି ହାରିବୁନି ସତ୍ୟପଥ ଛାଡିବୁନି କେବେ
କେବେ ନୀରବ ରହି ଦୁଃଖ ନଈ ଦେଖାଏ
କେବେ ନଈରେ ପହଁରିବା ଶିଖାଏ, (୩)

ଏ ଲୁହ କେବେ ସାଜେ ଭଉଣୀ ମମତାର
ଭଲପାଏ, ଗାଳିଦିଏ କୋମଳ ଶବ୍ଦରେ
ରଙ୍ଗବେରଙ୍ଗର କାଗଜରେ ଜୀବନ ଚିତ୍ରର ଆଶା ଦିଏ ଧୈର୍ଯ୍ୟର ରାଖି ବାନ୍ଧିଦେଇ ହସ ଶିଖାଏ
କେବେ ମନରେ ଅଖଣ୍ଡ ବିଶ୍ୱାସ ଜନ୍ମାଏ, (୪)

ଏ ଲୁହ କେବେ ବନ୍ଧୁ/ବାନ୍ଧବୀ ସାଜେ
ମିଠା କଥା କହି ଓଦାପଣେ ଶୁଷ୍କତାର ସୁଖ ଦିଏ
ମଜାକଥାର ମିଶ୍ରଣରେ ମସ୍ତିଷ୍କକୁ ଚଞ୍ଚଳ କରେ
କେବେ କେବେ ଦମ୍ଭ ଦିଏ, ଦୃଢ଼ତାର ଖମ୍ବ ହୁଏ
କେବେ ସ୍ୱପ୍ନର ପ୍ରକଳ୍ପ କରି ବାସ୍ତବ ଦେଖାଇଦିଏ, (୫)

ଏ ଲୁହ କେବେ ସାଜେ ପ୍ରେମିକା ମୋର ମୋତେ
ନିଇତି ଜୀବନ ଦିଏ ସଞ୍ଜିବନୀ ମନ୍ତ୍ର ହୋଇ
ଅଦୃଶ୍ୟରେ ହୃଦୟରୁ ଶୁଭ ବାର୍ତ୍ତା ଦିଏ କେବେ ଦିଏ
ପ୍ରଚଣ୍ଡ ଭାବର କମନୀୟ ରୂପ କେବେ ଏକ ଗଭୀର ସାଗର‌ର ସରଳ ରୂପ ଦେଖାଏ, (୬)

ଏ ଲୁହ କେବେ ସାଜେ ପରମ ଈଶ୍ୱର
ଦୁନିଆର ନୀତି ନିୟମର ଦୃଶ୍ୟ ଦେଖାଏ
କେବେ ସମର୍ପଣ କେବେ ସମୀକ୍ଷା ର ଚେତନା ଦିଏ
କେବେ କହେ ଅମ୍ଳାନ ଏ ଆତ୍ମା ଶୂନ୍ୟ ଏ ପ୍ରାଣ
ମୋତେ ପ୍ରତି ମୁହୁର୍ତ୍ତ କ୍ଷଣରେ ଆଇନା ଦେଖାଏ। (୭)

©® ଦେବବ୍ରତ ମିଶ୍ର
ତା ୦୬.୦୭.୨୦୨୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract