Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

4  

Bijay Prusty

Abstract

ଲୀଳାମୟ କାହ୍ନା

ଲୀଳାମୟ କାହ୍ନା

1 min
406



କାହ୍ନୁ ପରି କିଏ ହେବ ସଖୀ କହ

କାହ୍ନୁ ପରି ଆଉ କେ ହେବ

ପର ଘରେ ପଶି ଦହିହାଣ୍ଡି ଭାଙ୍ଗି

ଲବଣୀ ଚୋରାଇ ଖାଇବ I


ଲୁଚି ଲୁଚି କିଏ ଗୋପାଳୁଣୀଙ୍କର

ବାଟ ଜଗି ବସି ରହିବ

ଗାଧୁଆ ତୁଠରୁ ଲୁଗା ଚୋରୀ କରି

ଗଛେ ଡାଳେ ମଜା ଦେଖିବ I


ମନେ ପଡିଗଲେ ରାଧା କଥା ତାର

ବଇଁଶୀରେ ସ୍ୱର ତୋଳିବ

ଗାଈ ଗୋଠ ନେଇ ବନସ୍ତ ମଧ୍ୟରେ

ସାଙ୍ଗ ସାଥୀ ମେଳେ ଖେଳିବ I


ଅନ୍ଧାର ରାତିରେ ଗୋପୀଗଣ ସାଥେ

କୁଞ୍ଜବନେ କେଳି କରିବ

ଇନ୍ଦ୍ର କୋପ କଲେ କାଣି ଆଙ୍ଗୁଠିରେ

ଗିରି ଗୋବର୍ଦ୍ଧନ ଟେକିବ I


ଡର ଭୟ ଛାଡି ଫଣାପରେ ନାଚି

କାଳିୟ ଦଳନ କରିବ

ତା'ପରି ଛୋଟିଆ ପିଲାଟିଏ କିଏ

ଅସୁରଙ୍କ ସହ ଲଢିବ I


ପ୍ରବଳ ପ୍ରତାପୀ କଂସାସୁର ପ୍ରାଣ

ତା ଭିନ୍ନ ଆଉ କେ ନାଶିବ

ସେ ଯେ ଲୀଳାମୟ ସ୍ୱୟଂ ନାରାୟଣ

କିଏ ବା କାହିଁକି ଜାଣିବ I

     


Rate this content
Log in

Similar oriya poem from Abstract