STORYMIRROR

Suresh chandra Padhy

Abstract Inspirational

4  

Suresh chandra Padhy

Abstract Inspirational

ଆଉ କିଛି ମାଗୁ ନାହିଁ

ଆଉ କିଛି ମାଗୁ ନାହିଁ

1 min
262


ତୁମ ଶ୍ରୀକ୍ଷେତ୍ର ମାଟିରେ ପାଦ ପଡ଼ୁ ଥାଉ

      ଆଉ କିଛି ଲୋଡ଼ା ନାହିଁ

ତୁମ ନାମ ଗାଇ ଦିନ ବିତି ଯାଉ

      ଆଉ କିଏ ମୋର ନାହିଁ ।

ତୁମ ନୀଳ ଚକ୍ରରେ ଆଖି ଲାଖି ଥାଉ

       ଆଉ କିଛି ମାଗୁ ନାହିଁ

ତୁମ ଦର୍ଶନ ରେ ମନ ଭରି ଯାଉ

        ଆଉ ଧନ ଲୋଡ଼ା ନାହିଁ ।

ତୁମ ସାଥେ ମୋର ପ୍ରେମ ହୋଇ ଥାଉ

       ଆଉ ସମ୍ପର୍କ ଲୋଡ଼ା ନାହିଁ

ତୁମ ମହା ପ୍ରସାଦ ତୁଣ୍ଡ ମୋର ପାଉ

       ଆଉ କିଛି ମାଗୁ ନାହିଁ ।

ତୁମ ବେଶ ଦେଖି ଆତ୍ମା ତୋଷ ହେଉ

       ଆଉ କିଛି ଚାହେଁ ନାହିଁ

ତୁମ ପାଦ ପଦ୍ମେ ଚିତ୍ତ ରହି ଥାଉ

        ଆଉ ଜନ୍ମ ଲୋଡ଼ା ନାହିଁ ।

ତୁମ ସେବା କରି ବାକୁ ଭାବ ମିଳୁ ଥାଉ

         ଆଉ ଯଶ ଲୋଡ଼ା ନାହିଁ

ତୁମ ଧାମ କୁ ମୋର ଡୋରି ଲାଗି ଥାଉ

       ଆଉ କିଛି କହୁ ନାହିଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract