STORYMIRROR

Suresh chandra Padhy

Action

4  

Suresh chandra Padhy

Action

ଆହେ ଦୀନ ବନ୍ଧୁ

ଆହେ ଦୀନ ବନ୍ଧୁ

1 min
41

ଭଜନ,ଆହେ ଦୀନ ବନ୍ଧୁ
 
ତୁମେ ପରା ସେଇ ଦୀନବନ୍ଧୁ
ନୀଳାଚଳ ପତି ଜଗ ବନ୍ଧୁ
ଘେନ ମୋ ଆରତ କରେ ପ୍ରଣି ପାତ
 ପାରି କରି ଦିଅ ଭବ ସିନ୍ଧୁ
 ଏ ସାରା ଜଗତ ତୁମ ଖେଳ ଘର
 ତୁମରି ଇଛା ରେ ଗଢିଛ ସଂସାର
 ତୁମେ ହିଁ ନିଜର ଆଉ ସବୁ ପର
ପିତା ମାତା ତୁମେ ଆହେ ପ୍ରାଣେଶ୍ୱର
 ତୁମେ ପରା ସେଇ ଭାବ ର ଠାକୁର
 ଯୁଗେ ଯୁଗେ ନିଅ କେତେ ଅବତାର
ଡାକୁ ଅଛି ମୁଁ ଏକ ପତିତ
 ଶରଣ ମାଗୁଛି ପତାଇ ହାତ
 ତୁମେ ଏକା ମୋର ଜୀବନ ବନ୍ଧୁ
 ସବୁ ମିଛ ମାୟା କେ ନୁହେଁ କାହାର
ଜନ୍ମ ମୃତୁ ନେଇ ଚାଲେ ଏ ଶରୀର
ତୁମ ବିନା ଲାଗେ ସବୁ ତ ଅନ୍ଧାର
 ଚତୁର ଦିଗେ ଶୁଭେ ତୁମରି ସ୍ୱର
 ତୁମେ ପରା ସେଇ କଳା ଠାକୁର
ଶ୍ରୀ କ୍ଷେତ୍ର ଧାମେ ଲୀଳା ତୁମର
ଉଡି ଯାଏ ନୀତି ତୁମରି ନେତ
 ଡାକନ୍ତି କେତେ ତୁମ ଭକତ
ଉଦ୍ଧାରି ନିଅ ଆହେ କୃପା ସିନ୍ଧୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action