STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ନୀଳଚକ୍ରେ ହୋ

ନୀଳଚକ୍ରେ ହୋ

1 min
219


ନୀଳଚକ୍ରେ ଉଡେ ପତିତ ପାବନ

   ବାନା କେଡେ ସରାଗରେ

ଖଣ୍ଡେ ଦୂରୁଁ ଦେଖି ଭକତ ଜୀ ବନ

  ପୂରି ଯାଏ ଆନନ୍ଦରେ।


ଆଠ ଟି ଧାତୁରେ ନିର୍ମିତ ହୋଇଛି

  ନୀଳଚକ୍ର ଶୋଭନୀୟ

ଲୁହା ତମ୍ବା ସ୍ଵର୍ଣ୍ଣ ରୌପ୍ୟ ରଙ୍ଗ ଦସ୍ତା

   ସୀସା ପାରଦ ଜାତୀୟ।


ପ୍ରତ୍ୟୁଷ ସମୟେ ଶ୍ୱେତ ବର୍ଣ୍ଣ ଦିଶେ

  ମଧ୍ୟାହ୍ନରେ ନୀଳ ତର

ଭକ୍ତ ଦର୍ଶନରୁ ନାମିତ ହୋଇଛି

  ନୀଳଚକ୍ର କି ସୁନ୍ଦର୍।


ନୀଳଚକ୍ର ଯଦି ବାନା ନ ଉଡ଼ିଲେ

  ନ ହୁଅଇ ନୀତି କାନ୍ତି

ବଡ ଦାଣ୍ଡେ ଥାଇ ନୀଳଚକ୍ର ଚାହିଁ

  ଭକତ ପାଏ ତ ଶାନ୍ତି।


ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଚୁଡାରେ

     ଦଧି ନଉତି ଉପର

ସ୍ଥାପିତ ହୋଇଛି କେଉଁ ଅତୀତ ରୁ

   ନେତ ଉଡେ ଫରଫର।


ଦେଖିଦେଲେ ଥରେ ନେତ ଧ୍ବଜା ବର

    ପାତକ ହୁଅଇ ଦୂର

ଧନ୍ୟ ନୀଳ ଚକ୍ର ନୀଳ ପାରାବାର

   ଧନ୍ୟ ଧନ୍ୟ ଶ୍ରୀ ମନ୍ଦିର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action