Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ସାତ ସୁରେ ବନ୍ଧା ଏ ଜୀବନ

ସାତ ସୁରେ ବନ୍ଧା ଏ ଜୀବନ

1 min
154



ସାତ ସୁରେ ବନ୍ଧା ଏ ଜୀବନ

ପ୍ରାଣରେ ଖେଳାଏ ପୁଲକ ଦିଏ ଏକ ଆହ୍ବାନ

ସଙ୍ଗୀତର ମଧୁର ମୂର୍ଚ୍ଛନା ହୃଦୟକୁ କରେ ତଲ୍ଲୀନ

ତାର ଛନ୍ଦ ତାଳ ଲୟରେ ଏକାଗ୍ର ହୁଏ ମନ

ଦୁଃଖ ସୁଖ ମିଶ୍ରିତ ସବୁ ସଂପର୍କର ବନ୍ଧନ

କେବେ ଲୁହ କେବେ ହସରେ ବିତି ଯାଏ ଦିନ 

କଷ୍ଟ ଯନ୍ତ୍ରଣାର ଜ୍ଵଳନରେ ବିଧୁର ହୁଏ ପ୍ରାଣ

ବିବଶ ମୁହୂର୍ତ୍ତରେ ସଙ୍ଗୀତ ଆଣିଦିଏ ଜାଗରଣ

ସାତ ସୁରେ ବନ୍ଧା ଏ ଜୀବନ ।

ଗୀତର ସ୍ବର ବାଦ୍ୟ ନୃତ୍ୟରେ ଅଛି ଅନନ୍ୟ ଆକର୍ଷଣ

ତାର ଦୃଶ୍ୟଶ୍ରାବ୍ୟ କଳା କୌଶଳ ଦିଏ ଇନ୍ଧନ

ସଙ୍ଗୀତ ଭଗ୍ନ ହୃଦୟର ଉପସମ ପାଇଁ ହୁଏ ନିଦାନ

ପଥହରା ପଥିକକୁ ଦିଏ ସଠିକ୍ ଦିଗଦର୍ଶନ

ରାଗ ରାଣିଣୀ ତାର ମନକୁ କରି ରଖେ ସଚେତନ

ଝରଣା ସମ ଅବାଧ ଗତିରେ ହୁଏ ପ୍ରବାହମାନ

ଛନ୍ଦମୟ ରସମୟ କରି ଶାନ୍ତି ତୃପ୍ତି କରେ ପ୍ରଦାନ

ସାତ ସୁରେ ବନ୍ଧା ଏ ଜୀବନ ।

ଜନ୍ମରୁ ମୃତ୍ୟୁ ଯାଏଁ ଆସେ ପ୍ରତିକୂଳର ବାଧା ବିଘ୍ନ

ଯାତନା ବେଦନା ସହି ମଣିଷ ହୁଏ ମ୍ରିୟମାଣ

ସଂଗୀତ ଭରିଦିଏ ସାନ୍ତ୍ଵନା ହେଲେ କ୍ଳାନ୍ତ ଅବସନ୍ନ

ଅତୀତ ଭବିଷ୍ୟତ ମଧ୍ୟରେ ବର୍ତ୍ତମାନ

ପାଇ ଆଶ୍ଵାସନା ପୁନଃ ଆରମ୍ଭି ଥାଏ ତା' ଅଭିଯାନ 

ଜଟିଳତାରେ ବଞ୍ଚିବା ପ୍ରକ୍ରିୟାକୁ କରେ ସମାଧାନ

ଶାନ୍ତିର ନୀତିରେ ବଜାଇ ରଖେ ସ୍ଵାଭିମାନ

ସାତ ସୁରେ ବନ୍ଧା ଏ ଜୀବନ ।

ସଂଗୀତ ଗାନ ପରି ଜୀବନର କ୍ରମଧାରା ନିରବଚ୍ଛିନ୍ନ

ଛନ୍ଦ ତାଳ ଲୟର ସୂତ୍ରରେ ହୁଏ ସଞ୍ଚାଳନ

ନିୟମର ହେଲେ ବ୍ୟତିକ୍ରମ ଭାଙ୍ଗିଯାଏ ଧ୍ୟାନ

ବେସୁରା ଲାଗେ ସବୁ ନିଷ୍ଫଳ ହୁଏ ଶ୍ରମ ସାଧନ

ଦୁଃଖ ଦୈନ୍ୟ ଅଭାବ ଅନାଟନେ ହୁଏ ଜରାଜୀର୍ଣ୍ଣ

ସନ୍ତୁଳିତ ମାନସିକତା କରାଏ ତାକୁ ଉଦବିଘ୍ନ

ଅବସାଦର ଅଗ୍ନିଶିଖାରେ ହେଉଥାଏ ସେ ଦହନ

ସାତ ସୁରେ ବନ୍ଧା ଏ ଜୀବନ ।







Rate this content
Log in

Similar oriya poem from Action