ହଜିଯାଉଥିବା ସମୟ
ହଜିଯାଉଥିବା ସମୟ
ସମୟ ହଜିଯାଏ ସଂପର୍କର ଖଟାମିଠା ଉଠାପକାରେ
ଜୀବନ ସରିଯାଏ ଚିରୁଳାଏ ହସ ଦୁଇଟୋପା ଲୁହରେ
ନିର୍ଜନତା ରହି ରହି ଉଖାରେ, ବେଳେ ବେଳେ ସ୍ମୃତିକୁ
କାଳେ କଡ଼ ଲେଉଟାଇବ ନିସ୍ତେଜ ଜୀବନ ଆରକଡକୁ ।
କେବେ ଭିଟାମାଟିର ମୋହ ଟାଣିରଖେ ସ୍ବପ୍ନ ଦୁନିଆରୁ
କେବେ ସ୍ବପ୍ନ ଟାଣିନିଏ ମଣିଷକୁ,ଦୂରେ ନିଜଲୋକ ଠାରୁ
ସମୟ ହଜିଯାଏ ଅନ୍ଧାରଆଲୁଅର ନିବିଡ ଆଲିଙ୍ଗନରେ
କା ଭାଁ କଳ୍ପନାରେ, ପ୍ରିୟତମାର ସେ ନିବୁଜ ପଲକରେ ।
ଠିକ୍ ଜଣାନାହିଁ କେଉଁଆଡେ ଲମ୍ବିଛି ସେ ସମୟର ପଥ
ଜୀବନ ମନାସୁଥାଏ କିନ୍ତୁ ଅନିଶ୍ଚିତ ସୁନେଲି ଭବିଷ୍ୟତ
ସେସମୟର ପ୍ରତି ମୋଡରେ ଛନ୍ଦରେ ଲୟରେ ତାଳରେ
ନୀତି ଭାବନାର ଆବୁଡା ଖାବୁଡା କଂକରିତ ପଥଧାରେ ।
ଅଦ୍ଭୁତ ସେସମୟର ଅବିରାମଗତି ତେଜୋମୟଜ୍ୟୋତି
ମଣିଷ ସବୁ ବୁଝିସୁଝି ବି ନିଶ୍ଚିତ କରିପାରେନା ନିଜସ୍ଥିତି।